କୁମାରପୂର୍ଣ୍ଣମୀ ପରିପ୍ରେକ୍ଷୀରେ ଯୋଶଦା ଫାଉଣ୍ଡେସନ ପକ୍ଷରୁ ଶାଢୀ ବଣ୍ଟନ କାର୍ଯ୍ୟକ୍ରମ 

ଛତ୍ରପୁର,(ଦେବଦତ୍ତ ମହାରଣା): ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଶଦା ଫାଉଣ୍ଡେସନ ପକ୍ଷରୁ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଠାରେ ମହିଳା ମାନଙ୍କୁ ଶାଢୀବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ , ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ସମ୍ପାଦକ ସନ୍ତୋଷ କୁମାର ସାହୁ, ସହ-ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ ଓ ସାହାର୍ଯ୍ୟ ହୋପ ଅପ ଲାଇଫ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଅଭିଷେକ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମର ୧୧ଜଣ ମହିଳା ମାନଙ୍କୁ ଶାଢୀ ପ୍ରଦାନ କରିଥିଲେ । ଏହାସହ ମହାମାରୀ କରୋନା ରୁ କିପରି ଦୂରେଇ ରହିବେ ସେଥି ନିମନ୍ତେ ମାସ୍କ ପ୍ରଦାନ କରାଯିବା ସହ ସଚେତନତା ମଧ୍ୟ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡା, ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନା କରିଥିଲେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ କୁମାର ପୂର୍ଣ୍ଣମୀ ଉତ୍ସବ ପରିପ୍ରେକ୍ଷୀ ରେ ଗରୀବ ଓ ଶ୍ରମିକ ମହିଳାମାନଙ୍କ ନିମନ୍ତେ ପୂର୍ଣ୍ଣମୀର ଆଗଦିନ ଯୋଶଦା ଫାଉଣ୍ଡେସନ ପକ୍ଷରୁ ମହିଳା ମାନଙ୍କୁ ଶାଢୀ ବଣ୍ଟନ କରାଯାଏ । ଆଜକୁ ୧୫ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଚାଲୁରହିଛି । ଯୋଶଦା ଫାଉଣ୍ଡେସନ ପକ୍ଷରୁ ମଧ୍ୟ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟକ୍ରମ କରାଯିବ ସହ ଗରୀବ ଓ ଅସହାୟକ ଲୋକଙ୍କୁ ସାହାର୍ଯ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ