ବିଶ୍ୱ ମିତବ୍ୟୟିତା ଦିବସ ରେ ବୁଲିଲା ସଂଚୟ ସଚେତନତା ରଥ

ଛତ୍ରପୁର, (ଦେବଦତ୍ତ ମହାରଣା) : ଶୁକ୍ରବାର ଦିନ ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ବିଶ୍ୱମିତବ୍ୟୟିତା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସଂଚୟ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ବିଭିନ୍ନ ଅଂଚଳ ବୁଲି ମିତବ୍ୟୟୀ ହୋଇ ସଂଚୟ କରନ୍ତୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ସମେତ ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନତା କରାଉଛି । ଏହାସହ ମହାମାରୀ କରୋନା ଠାରୁ କିପରି ଦୂରେଇ ରହିବେ ସେଥି ନିମନ୍ତେ ମଧ୍ୟ ସଚେତନତା କରାଯାଉଛି । ଏଥିରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାଶଙ୍କ ସମେତ ବହୁ ଏଜେଣ୍ଟ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ