କୁମାରୀ ଙ୍କ ଦ୍ୱାରା ଗଜଲକ୍ଷ୍ମୀ ପୂଜା ଆରମ୍ଭ

ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର ଏକାଦେଶୀ ଅବସର ରେ ନିମାପଡା ଓ ଚାରିଛକ ଅଞ୍ଚଳ ରେ କୁମାରୀ ମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ପୂଜା ମଣ୍ଡପ ସମ୍ମୁଖରେ ଆକର୍ଷଣୀୟ ତୋରଣ ନିର୍ମାଣ ହୋଇଥିବା ବେଳେ ମଣ୍ଡପ ସବୁକୁ ରଙ୍ଗୀନ ଆଲୋକମାଳା ରେ ସୁସଜ୍ଜିତ କରାଯାଇଛି। ଭକ୍ତି ଓ ଶ୍ରଦ୍ଧାର ଶହ ମା ଲକ୍ଷ୍ମୀଙ୍କ ପୂଜା କରାଯାଉଥିବା ବେଳେ କୁମାରୀ ମାନେ ମା ଙ୍କ ପାଖରେ ଲକ୍ଷ୍ମୀ ପୁରାଣ ପାଠ କରୁ ଛନ୍ତି । ନିମାପଡା ବ୍ଲକ ଅଞ୍ଚଳର ଆମ୍ପୋର,ଜଅଁରା, ବାଲୁଙ୍କ, ଖୁଲିସ ଅଟେଇହୁଡ଼ା,ସଲରିଆ, ବାହାରେଣା ପ୍ରଭୃତି ଗ୍ରାମ ରେ କୁମାରୀ ମାନଙ୍କ ଦ୍ବାରା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଭଲ ବର ଓ ଭଲ ଘର ପାଇବାକୁ ମାନସିକ କରି କୁମାରୀ ମାନେ ମା ଗଜଲକ୍ଷ୍ମୀ ଙ୍କ ପୂଜାକରି ଆସୁଛନ୍ତି । କରୋନା କଟକଣା ପାଇଁ କୌଣସି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ