ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ବିଜେଡିର ସାମୂହିକ ଦୀପଦାନ

ବାଲେଶ୍ୱର, (ସରୋଜ ପଣ୍ଡା) : ବିଜେଡି ସଦର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ସମଗ୍ର ରାଜ୍ୟରେ ଦଳୀୟ କର୍ମକର୍ତ୍ତାମାନେ ନିରାଡ଼ମ୍ବର ଭାବେ ପାଳନ କରୁଥିବା ବେଳେ ବାଲେଶ୍ୱରରେ ବି ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଓ ସୁସ୍ଥ ତଥା ନିରାମୟ ଜୀବନ କାମନା ସହ ବିଜେଡି ସଦର ଶାଖା କର୍ମକର୍ତ୍ତା ଓ ସଦସ୍ୟମାନେ ସ୍ଥାନୀୟ ରାଜାବଗିଚା ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା ସହ ସାମୂହିକ ଦୀପ ଦାନ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ଯୋଗଦେଇ ଦୀପ ଜାଳିବା ସହ ମୁଖ୍ୟମନ୍ତ୍ରୀଙ୍କ ନିରୋଗ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଥିଲେ । ଟାଉନ ସଭାପତି ସନତ ଦାସ ଏଥିରେ ପୌରହିତ୍ୱ କରିବା ସହ ରାଜ୍ୟବାସୀଙ୍କ ପ୍ରେରଣା ହୋଇଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦଳର ଦୀର୍ଘ ଶାସନ ପାଇଁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି ସିମନ ଦାସ ମହାପାତ୍ର, ପୂର୍ବତନ ପୌର-ଉପାଧ୍ୟକ୍ଷ ମନୋଜ ରାଉତ, ବିଜୁ ଯୁବ ଜନତା ଦଳ ଟାଉନ ସଭାପତି ଉମାଶଙ୍କର ତିଆଡ଼ି, ବିଜୁ ଛାତ୍ର ଜନତା ଦଳର ଟାଉନ ସଭାପତି କୁଶାଲ ଚାଟାର୍ଜୀ, ବିଜୁ ମହିଳା ଜନତା ଦଳର ଟାଉନ ସଭାପତି ମିନା ମହାନ୍ତି, ବିଶ୍ୱଜିତ ମହାପାତ୍ର, କୈଳାଶ ଦାଶ, ରଞ୍ଜନ ବାଗ, କୈଳାସ ସେଠି, ରାଜଲଷ୍ମୀ ଚାଟାର୍ଜୀ, ବ୍ରଜକିଶୋର ପ୍ରଧାନ, ରୋଜି ପଟ୍ଟନାୟକ, ଶୈଳେନ୍ଦ୍ର ସିଂ, ଜୟନ୍ତୀ ଦତ, ଆଶ୍ରିତା ତରେଇ, ମୀନତି ସେଠୀ, ସଞ୍ଜୟ ବେହେରା, ସେଖ ସାକିର ସେଖ ରାଜୁଙ୍କ ସମେତ ବହୁ ଯୁବ, ଛାତ୍ର, ମହିଳା ଏଥିରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିଥିଲେ । ଏହି ଅବସରରେ ବିଜେଡି କର୍ମୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ବିସ୍କୁଟ, ଜୁସ ଓ ମାସ୍କ ପ୍ରଭୃତି ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ