କୁମାର ଉତ୍ସବ ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଭୁବନେଶ୍ୱରସ୍ଥିତ କସ୍ତୁରବା ନାରୀମହଲଠାରେ ୨୮ ତାରିଖ ଦିନ କୁମାର ଉତ୍ସବ ପାଳନ ଉପଲକ୍ଷେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇସ୍କୁଲ୍ର ସମସ୍ତ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ଏବଂ ବରିଷ୍ଠ ବିଭାଗ କରି ଝୋଟିଘର, କୋଠିଘର ଏବଂ ପୁଚି, ଫୁଲ ବଉଳବେଣୀ ସଙ୍ଗୀତ ଏବଂ ଦେଶାତ୍ମକବୋଧ ସଙ୍ଗୀତ ପ୍ରତିଯୋଗିତା ରାଖାଯାଇଥିଲା । କୁମାର ଉତ୍ସବ ପାଳନ ଆଗାମୀ ଦିନରେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ । ସେହିଦିନ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ । ଆଜି ପ୍ରତିଯୋଗିତାର ବି•ରକ ଭାବେ ଡଃ ଜ୍ୟୋତ୍ସ୍ନା ମହାପାତ୍ର, ମମତା ସିଂ, ମଧୁମିତା ବାରିକ, ପ୍ରଶାନ୍ତ ଜେନା, ରଞ୍ଜିତା ସେନାପତି ଯୋଗ ଦେଇଥିଲେ । ସଭାନେତ୍ରୀ ଶ୍ରୀମତୀ ଶୈଳରାଣୀ ମିଶ୍ର ଏବଂ ସମ୍ପାଦିକା ଶ୍ରୀମତୀ ଆଶାଲତା ଦାଶ, ନାରୀ ମହଲର ବରିଷ୍ଠ, କନିଷ୍ଠ ସଭ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରି•ଳନା କରିଥିଲେ । କୋଠିଘର ଝୋଟିଘରକୁ ଦର୍ଶକମାନେ ଦେଖିବା ପାଇଁ ନାରୀ ମହଲ ଦିନ ୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିଥିଲ ।