ନାଉଗାଁ ମିଶନ ଶକ୍ତି ପକ୍ଷରୁ ଚାରାରୋପଣ
ନାଉଗାଁ,(ଯୁଗାବ୍ଦ ନୁୁ୍ୟଜ୍) : ନାଉଗାଁ ବ୍ଳକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ମିଳିତ ଆନୁକୁଲ୍ୟରେ ବ୍ଲକ ଜ୍ୟୋତି ଫେଡେରେସନ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ୧୧୦ଟି ଚାରାରୋପଣ କରାଯାଇଥିଲା । ଏହି ଚାରାରୋପଣ କାର୍ଯ୍ୟକ୍ରମରେ ଶିଶୁ ବିକାଶ ଯୋଜନା ଅଧିକାରିଣୀ ରାସେଶ୍ୱରୀ ମହାନ୍ତି, ମିଶନ ଶକ୍ତି ଅଧିକାରୀ ଶଶାଙ୍କ ଶେଖର ସ୍ୱାଇଁ, ସୁପରଭାଇଜର ମିନା କୁମାରୀ ସାଇଁ, ପୂର୍ଣ୍ଣିମା ଦାସ,ରେଣୁବାଳା ଦେଈ ପ୍ରମୁଖ ଯୋଗ ଦେଇ ଚାରାରୋପଣ କରିବା ସହିତ ଏହାର ସଠିକ ଦାୟିତ୍ୱ ନେବାକୁ କହିଥିଲେ । ଏଥିରେ ବ୍ଲକ ଫେଡେରେସନ ସଦସ୍ୟା ଓ ସ୍ୱୟଂ ସହାୟିକା ମହିଳା ମାନେ ଉପସ୍ଥିତ ରହି ଚାରାରୋପଣ କରିଥିଲେ ।


