କୁରାଢ଼ିଘସା ବିଦ୍ୟାଳୟରେ ପାଣି ପିଅନ୍ତୁ ସ୍ୱାସ୍ଥ୍ୟ ରୁହନ୍ତୁ କାର୍ଯ୍ୟକ୍ରମ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): କୁରାଢ଼ିଘସା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ କୁରାଢ଼ିଘସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସିବି ଫାଉଣ୍ଡେସନ କାହାଳିଆ ଗଡିଆ ତରଫରୁ ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବନମାଳୀ ଦାଶ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଏସବି ଫାଉାଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜାମିଳ ବେହେରା, ସମ୍ମାନୀତ ଅତିଥିଭାବେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ନାୟକ, ସଂଗଠକ ଶିବପ୍ରସାଦ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କୁମାର ବେହେରା, ଫକିର ଚରଣ ବେହେରା ପ୍ରମୁଖ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଦ୍ଧ ପାନୀୟ ଜଳ ପିଇବା ଦ୍ୱାରା ଶରୀର କିପରି ସୁସ୍ଥ ରୁହେ ସେ ସମ୍ପର୍କରେ ସଚେତନ କରିଥିଲେ । ଏହି ଅବସରରେ ଏସିବି ଫାଉଣ୍ଡେସନ ପକ୍ଷରୁ ପ୍ରତି ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଲେଖାଏଁ ପାଣି ବଟଲ ପ୍ରଦାନ କରିଥିଲେ । ନିୟମିତ ସ୍କୁଲକୁ ଏହି ବଟଲରେ ଶୁଦ୍ଧପାଣି ଧରି ଆସିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଶିକ୍ଷକ ନିରୋଦ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରମେଶ ଚନ୍ଦ୍ର ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


