କୁରାଢ଼ି ଘସାରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତ କୁରାଢ଼ିଘସା ଠାରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁଧାଶୁଂ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ସହସମ୍ପାଦକ ସୁରଜ ବେହେରା, ଶିବ ପ୍ରସାଦ ବେହେରା, ଗୋଲେଖ ବେହେରା, ରାମଚନ୍ଦ୍ର ବେହେରା, ଦାମୋଦର ବେହେରା, ମଣିଭଦ୍ର ବେହେରା, ମାୟାଧର ବେହେରା ପ୍ରମୁଖ ଉପସ୍ଥିତ ରହି ଚଳିତବର୍ଷ ଦୁର୍ଗାପୂଜାକୁ ସରଶ ସୁନ୍ଦର କରିବା ସହିତ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ତିନିଦିନ ଯାକ ସାସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ ସନ୍ଧ୍ୟା ଏବଂ ଦଶହରା ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ଦଶହରା ଦିନ ସନ୍ଧ୍ୟାରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାରୁ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ପୁଲିସର ସହଯୋଗ ନେବାପାଇଁ ନିଷ୍ପତି ନିଆଯାଇଥିଲା ।