କୁଲାଡ ବ୍ୟାଘ୍ର ଦେବୀ ମନ୍ଦିର ହୁଣ୍ଡି ଚୋରି ଘଟଣାରେ ୨ ଗିରଫ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗତକାଲି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ପ୍ରସିଦ୍ଧ କୁଲାଡ଼ ମା’ ବ୍ୟାଘ୍ର ଦେବୀ ମନ୍ଦିର ହୁଣ୍ଡି ଚୋରି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏଥି ସହ ସେମାନଙ୍କ ଠାରୁ ହୁଣ୍ଡି ଓ ୪ହଜାର ୧୬୪ ଟଙ୍କା ଜବତ କରାଯାଇଛି । ଗିରଫ ଦୁଇଜଣ ହେଲେ ମନ୍ଦିର ପୂଜକ ଓମ୍ ପ୍ରକାଶ ପାଢ଼ୀ ଓ ରଞ୍ଜନ ମହାରଣା । ମନ୍ଦିର କମିଟି ସମ୍ପାଦକ ଶିବ ପ୍ରସାଦ ସାହୁଙ୍କ ଲିଖିତ ଏତଲା କ୍ରମେ ପୋଲିସ ୫୧୮ /୨୦ ରେ ଏକ ମାମଲା ରୁଜ୍ଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି |


