କୁଳ ଲଂଘୁଛି ଲକ୍ଷ୍ମୀନାଳ ଚିନ୍ତାରେ ଚାଷୀ

ବୌଦ୍ଧ , ( ଯୁଗୀବ୍ଦ ନ୍ୟୁଜ) କୁଳ ଲଂଘୁଛି ଲକ୍ଷ୍ମିନାଳ । ଗତ ଦୁଇ ବର୍ଷ ଭିତରେ ୫ ମିଟର ଓସାରିଆ ହେଲାଣି ନାଳ । ଏପଟେ ଲକ୍ଷ୍ମିନାଳ ଦିନକୁଦିନ କୁଳ ଲଇଘି ଚାଲିଥିବାବେଳେ ନାଳରେ ଅନେକ ଚାଷ ଜମି ଲିନ ହେଇଯାଇଥିବାବେଳେ ଏବେ ଲକ୍ଷ୍ମିନାଳ କୁଳରେ ଥିବା ଗାଁ ଗୁଡିକ ମଧ୍ୟ ଲୀନ ହେବାକୁ ବସିଛି । ଲକ୍ଷ୍ମିନାଳ ପଡୋଶୀ କନ୍ଧମାଳ ଜିଲ୍ଲାରୁ ବାହାରୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବାଣିଭୁଷଣପୁର,ପୁରୁଣାକଟକ,ତିଲେଶ୍ୱର,ରାମଗଡ ଆଦି ପଂଚାୟତ ଦେଇ ଯାଇ ମହାନଦୀରେ ମିଶିଛି । ବର୍ଷା ଦିନରେ ଏହି ନାଳରେ ପ୍ରବଳ ମାତ୍ରାରେ ପାହାଡିଆ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ପ୍ରତିବର୍ଷ କୁଳ ଲଂଘିବାରେ ଲାଗିଛି । ବିଶେଷକରି ଗତ ଦୁଇ ବର୍ଷ ହେବ ବ୍ଲକର ବାଣିଭୁଷଣପୁର ପଂଚାୟତର ଚାରିଛକ,ଘୋଡାଡିଆଁ, ଗାଡିମୁଣ୍ଡା ଏବଂ ପୁରୁଣାକଟକ ପଂଚାୟତର ଯାଜପୁର,ବଡବନ୍ଧ ଆଦି ଅଚଂଳରେ ଲକ୍ଷ୍ମିନାଳ ତାର କାୟା ମେଲାଇ ଚାଲିଛି । ନାଳ ର ଦୁଇ ପାଶ୍ୱର୍ରେ ପ୍ରୋଟେକ୍ସନ ଓାଲ ନିର୍ମାଣ କରିବା ପାଇଁ ପ୍ରଶାସନ ନିକଟରେ ଅଚଂଳବାସୀ ବାରମ୍ବାର ଦାବି କରିଆସୁଥିଲେ ବି ଏଥିପ୍ରତି କୌଣସି ପଦକ୍ଷେପ ନିଆନଯିବାରୁ ସ୍ଥାନିୟ ଅଚଂଳରେ ଜନଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି । ଅନ୍ୟପଟେ ଆଗକୁ ବର୍ଷାଦିନ ଆସୁଥିବାରୁ ଲକ୍ଷ୍ମିନାଳ କୁଳରେ ଥିବା ଗାଁ ଗୁଡିକ ଏବେ ଆତଙ୍କିତ ଅବସ୍ଥାରେ ଜିବନ ଯାପନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ