କୁଶଭଦ୍ରା ନଦୀରେ ବୁଡି ଛାତ୍ର ମୃତ
କୋଣାର୍କ (ଯୁଗାବ୍ଦ ନ୍ୟୁଜ) : କୁଶଭଦ୍ରା ନଦୀରେ ଅଘଟଣ । ଭୂବନେଶ୍ୱର ଇଂଞ୍ଜିନିୟର ଦିତୀୟ ବର୍ଷର ଛାତ୍ର ଶୈାଭିଗ ନାଗ ଛାତ୍ର ଜଣକ ଗାଧୋଇବା ବେଳେ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁସାରେ ଛାତ୍ର ଜଣକ ଛୁଟିରେ ନିଜ ଗ୍ରାମକୁ ଆସି ସନ୍ତରାଗଣ୍ଡରେ ଗାଧୋଉଥିବା ବେଳେ ଗଣ୍ଡରେ ବୁଡି ଛାତ୍ରଙ୍କ ମୃତ୍ୟୁ ଘଟିଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ୨ ଘଣ୍ଟାର ଖୋଜା ଖୋଜି ପରେ ମୃତ ଛାତ୍ରଙ୍କୁ ଜବତ କରାଯାଇଥିଲା ।


