କୂଅରେ ପଡ଼ି ଶ୍ରମିକ ମୃତ

ହିିଞ୍ଜିଳିକାଟୁ (ୱାଇଏନଏସ): କୂଅ ଖୋଳୁଥିବା ସମୟରେ ଅସାବଧାନତା ବଶତଃ କୂଅ ଭିତରକୁ ଖସିପଡ଼ି ଜଶେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହିଞ୍ଜିଳି ଥାନା ରାଳବ ଗ୍ରାମର ରାଜେନ୍ଦ୍ର ଭୋଳ (୬୦) । ବୃଦ୍ଧ ଜଣକ ରବିବାର ସ୍ଥାନୀୟ ଥାନା ସାରୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଏକ କୂଅ ଖୋଳିବା ପାେଇଁ ଯାଇଥିଲେ । ଅପରାହ୍ନରେ କୂଅ ଖୋଳି ନିକଟରେ ଠିଆ ହୋଇଥିବା ବେଳେ ଅସାବଧାନ ବଶତଃ କୂଅ ଭିତରକୁ ଖସି ପଡ଼ିଥିଲେ । ଉପସ୍ଥିତ ଅନ୍ୟ ଶ୍ରମିକ ମାନେ ବୃଦ୍ଧ ଶ୍ରମିକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ସଦସ୍ୟ ମୃତ ଶରୀରକୁ ନେଇ ଦାହ କରି ଦେଇଥିବା ଜଣାପଡ଼ିଛି । ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ