କୂଳ ଖାଉଛି ସମୁଦ୍ର ବିପଦରେ ବେଳାମାର୍ଗ ରାଜପଥ

କୋଣାର୍କ (ଜୁଗାବ୍ଦ ନ୍ୟୁଜ୍‍): ବିଭିନ୍ନ ସମୟରେ ଉଚ୍ଚ ଜୁଆର ଯୋଗୁଁ ଚନ୍ଦ୍ରଭାଗା ବେଳାମାର୍ଗ ସମୁଦ୍ର ଦିନକୁ ଦିନ କୁଳ ଲଙ୍ଘିବାରେ ଲାଗିଛି । କିଛି ସ୍ଥାନରେ ରାସ୍ତା ପାଶ୍ୱର୍ରୁ ବାଲି ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ଏ ନେଇ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଆଗାମୀ ଦିନରେ ବେଳାମାର୍ଗ ରାଜପଥ ପାଇଁ ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି । ଚନ୍ଦ୍ରଭାଗା ଉପକୂଳ ଠାରୁ ଦୀର୍ଘ ଦୁଇ କିମି ମଧ୍ୟରେ ବିଭିନ୍ନ ସ୍ଥାନରେ ଏପରି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଥିବାବେଳେ କିଛି ସ୍ଥାନରେ ଗଛ ଉପୁଡ଼ି ସମୁଦ୍ରରେ ମିଶିଯାଇଛି । ଏଥିସହ ଉଚ୍ଚ ଜୁଆରରେ ରାସ୍ତା ପାଶ୍ୱର୍ ବାଲି ଧୋଇଯିବା ଯୋଗୁଁ ବିପଦ ସୃଷ୍ଟି କରିଛି । ଏ ନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ