କଂଗ୍ରେସ ଓଡିଶା ବନ୍ଦ ଡାକରା: ବେତନଟୀ ବନ୍ଦର ସଫଳତା ପାଇଁ ନିବେଦନ

ବେତନଟୀ ( ଉଦିତ କୁମାର ପରିଡା) : ବାଲେଶ୍ୱର ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିସିଙ୍କ ଆତ୍ମହୂତି ମାମଲାରେ ସରକାରୀ ଉଦାସୀନତାର ପ୍ରତିବାଦ ପାଇଁ ଆଜି ୧୨ଘଣ୍ଟିଆ ଓଡିଶା ବନ୍ଦ ପାଇଁ କଂଗ୍ରେସ ବନ୍ଦ ଡାକରା ଦେଇଛି। ରାଜ୍ୟସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଦର୍ଶାଇ କଂଗ୍ରେସ ନେତୃତ୍ୱ ରେ ବାମପନ୍ଥୀଙ୍କ ସମେତ ୮ ବିରୋଧୀ ଦଳ ବନ୍ଦ ରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। ଏଥିପରି ବେତନଟୀ ବ୍ଲକ କଂଗ୍ରେସ ଦଳର ସଭାପତି କୁଶଧର ବେହେରା ବେତନଟୀ ଅଞ୍ଚଳବାସୀ ବନ୍ଦ ସଫଳ କରିବା ସହ ସବୁ ମହଲରେ ସମର୍ଥନ ପାଇଁ ନିବେଦନ କରିଛନ୍ତି। ବେତନଟୀ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟାଙ୍କ, ଦୋକାନ ବଜାର, ଗାଡି, ମଟର ଚଳାଚଳ, ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିବେଦନ କରିଛନ୍ତି। ବେତନଟୀ ବ୍ଲକ କଂଗ୍ରେସ ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଛାତ୍ରୀକୁ ନ୍ୟାୟ ଦେବା ପାଇଁ ଏହି ବନ୍ଦରେ ସାମିଲ ହେଉଥିବାର ଜଣା ପଡିଛି। ଦଳର ମୁଖ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ମେମ୍ବର ସୁବାସ ଚନ୍ଦ୍ର ଦାଶ ,  ମେଡ଼ିଆ ସେଲର ରବି ମୁର୍ମୁ,  ବିଧାୟକ ପ୍ରାର୍ଥୀ କ୍ଷୀରୋଧ ଚନ୍ଦ୍ର ପାତ୍ର, ଆଇନ ପରାମର୍ଦାତା ପ୍ରବୀର କୁମାର ବାରିକ, ମଣ୍ଟୁ ମହାନ୍ତ, ସୁଜିତ ମହାନ୍ତ, ରଘୁନାଥ ମୁର୍ମୁ ସମେତ ଉପସ୍ଥିତ ରହି ବନ୍ଦ ପାଳନ ନିମନ୍ତେ ନିଷ୍ପତି ନେଇଛନ୍ତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ