କୃତି ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା
ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ ): ତିର୍ତ୍ତୋଲ ବ୍ଲକ ଅଧୀନ ସିରସ୍ତା ସରକାରୀ ଉଚ୍ଚ ବିଦ୍ୟାଳୟ ସାମନ୍ତରାପୁର ର କୃତି ଗଣିତ ଓ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ନିମାଇଁ ଚରଣ ଚୌଧୁରି ଶନିବାର ଦିନ ତାଙ୍କର ବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି | ସେ ତାଙ୍କର ଶିକ୍ଷକତା ସମୟରେ ତରଜଙ୍ଗା ଉଚ୍ଚ ବିଦ୍ୟାଳୟ, ବିଦ୍ୟାଧର ପୁର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଶିକ୍ଷକତା କରିଛନ୍ତି | ତାଙ୍କର ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ସ୍ନେହ ଆଦର ଓ ଭଲପାଇବା, ଆଜି ତିର୍ତ୍ତୋଲ ଅଞ୍ଚଳରେ ଅନେକ ଛାତ୍ର ଛାତ୍ରୀ ତାଙ୍କୁ ଝୁରି ହେଉଛନ୍ତି | ଏହି ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପରିଡା ସଭାପତିତ୍ୱ କରିଥିବା ବେଳେ ଅନ୍ୟ ଆଦରଣୀୟ ଶିକ୍ଷକଙ୍କ ମଧ୍ୟରେ ସାରଦା ପ୍ରସନ ଜେନା, କମଳ କୁମାର ପଣ୍ଡା, ରବୀନ୍ଦ୍ର ନାଥ ଶତପତି, ଯଶୋବନ୍ତ ସାହୁ, ତ୍ରୖଉଲୋକ୍ୟ ନାଥ ବେଉରା ,ବାଦଲ କୁମାର ବେହେରା, ଶୁକଦେବ ସାହୁ,ଆଦି ବିଦ୍ୟାଳୟର ବର୍ତମାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ କୋଭିଡି ନିୟମକୁ ପାଳନ କରି ସଭା କାର୍ଯ୍ୟ ପରିଚାଳନା କରିଥିଲେ |


