ଗଞ୍ଜେଇ କଟା ଅଭିଯାନର ଦ୍ୱିତୀୟ ଦିନ; କଟାହେଲା ୧୪୦ ଏକର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ପୁଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଛି। ପ୍ରଥମ ଦିନ ଗୋଛାପଡ଼ା ଥାନା ଅଞ୍ଚଳରେ ୧୩୫ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ, ସାଇତିଙ୍ଗିଆ ଓ ମଗମୁଣ୍ଢା ଆଦି ଗ୍ରାମର ବିଭିନ୍ନ ଜଙ୍ଗଲରେ ବେଆଇନ ଲାବେ ଲାଗିଥିବା ପ୍ରାୟ ୧୪୦ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରି ଦିଆଯାଇଥିବା ଏସ୍.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି । ଏନେଇ ଫିରିଙ୍ଗିଆ ଥାନାରେ କେସ ନଂ ୯୩/୨୦ରେ ଏକ ମାମଲା ରୁଜୁକରାଯାଇ ଅଧିକ ତଦନ୍ତ ଚାଲିଥିବା ବେଳେ ୨ ପ୍ଳାଟୁନ୍ ପୋଲିସ୍ ଫୋର୍ସ , ଅବକାରୀ ବିଭାଗର କର୍ମଚାରୀ, ମାଜିଷ୍ଟ୍ରେଟ୍ ଓ ଶ୍ରମିକମାନେ ଏହି କଟେଇରେ ସାମିଲ୍ ହୋଇଥିଲେ। ଏହି ଅଭିଯାନ ଆଗାମି ଦିନରେ ମଧ୍ୟ ଚାଲୁ ରହିବା ବୋଲି ଥାନା ସୂତ୍ରରୁ ପ୍ରକାଶ।


