କୃଷି ଓଡିଶା-୨୦୨୦ ପ୍ରଦର୍ଶନୀରେ ନ୍ୟୁହଲାଣ୍ଡ ଏଗ୍ରିକଲଚର ପକ୍ଷରୁ ଶ୍ରେଷ୍ଠ ଉତ୍ପାଦ ପ୍ରଦର୍ଶନ
ଭୁବନେଶ୍ୱର-: ନ୍ୟୁହଲାଣ୍ଡ ଏଗ୍ରିକଲଚର, ବିଶ୍ୱର ଅଗ୍ରଣୀ କୃଷି ଉପକରଣ ବ୍ରାଣ୍ଡ, ଏହାର ବଛା ବଛା ଏବଂ ବିସ୍ତୃତ ଶ୍ରେଣୀର କୃଷି ଯନ୍ତ୍ରାଶଂର ପ୍ରଦର୍ଶନ ଭୁବନେଶ୍ୱରର ଜନତା ମଇଦାନଠାରେ କୃଷି ଓଡିଶା ୨୦୨୦ରେ କରିଛି । ଏହି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓଡ଼ିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ପ୍ରଦର୍ଶନୀ ଜାନୁୟାରୀ ୨୦ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । କମ୍ପାନୀ ପକ୍ଷରୁ ଏକ୍ସେଲ ୪୭୧୦-୪ ଡବ୍ଲୁଡି ସ୍ପେଶାଲ ଓ ଏକ୍ସେଲ ୪୭୧୦-୨ ଡବ୍ଲୁଡି ଟ୍ରାକ୍ଟର ଏବଂ ଟିସିଏସ୍-୩୦ ମଲ୍ଟି-କ୍ରପ୍ କମ୍ବାଇନ୍ ହାର୍ଭେଷ୍ଟର ପ୍ରଦର୍ଶନ କରାଯାଇଥିଲା । ଏବେ ଏହି ମଡେଲ ଟ୍ରାକ୍ଟର ରେଡ୍ ଏବଂ ଟେରାକୋର୍ଟ ରଙଗରେ ଉପଲବ୍ଧ ହେଉଛି । ଟିସିଏସ୍-୩୦ ମଲ୍ଟି-କ୍ରପ୍ କମ୍ବାଇନ୍ ହାର୍ଭେଷ୍ଟରରେ ୧୩୦ଏଚପି, ୫.୯ ଲିଟର, ୬-ସିଲିଣ୍ଡର ଟ୍ରୁବୋଚାର୍ଜଡ୍ ଟିୟର-୩ ଇଞ୍ଜିନ୍ ଏବଂ କମ୍ ଇନ୍ଧନ ଖର୍ଚ୍ଚ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ଡବଲ ଥ୍ରେସିଂ ସେପାରେଶନ ସିଷ୍ଟମ୍, ୧୫ ଫୁଟ ଚୌଡ଼ା କଟର ବାର୍, ଅଲଗା ହେଡର ଆଦି ବୈଶିଷ୍ଟ୍ୟ ରହିଛି । ଏହା ଧାନ, ଗହମ, ମକା, ସୋୟାବିନ୍, ସୋରିଷ ଆଦି ଚାଷରେ କୃଷକଙ୍କୁ ଚାଷ ଜମିରେ ଆବଶ୍ୟକ ସହାୟତା ଯୋଗାଇ ଦେଇଥାଏ । ଏହାକୁ ଭାରତୀୟ କୃଷକ ବିଶେଷ ଭାବେ ପସନ୍ଦ କରିଥାନ୍ତି ।