କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ଦ୍ୱାଦଶ ବୈଠକ ବର୍ଷିୟାନ୍ ସଦସ୍ୟ ଲୋକନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ତାରିଣୀ ନର୍ସିିଂହୋମ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହକ ଡ. କେଶବ ଚରଣ ପଣ୍ଡା ଗତ ବୈଠକରେ ବିବରଣୀ ଉପସ୍ଥାପିତ କରି ଚଳିତ ମାସରେ ଓୟୁଏଟି ଏବଂ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ସମିତିର ପ୍ରତିନିଧ ଦଳ ସହିତ ହୋଇଥିବା ଆଲୋଚନା ବିବରଣୀ ଉପସ୍ଥାପିତ କରିଥିଲେ । ବାଲେଶ୍ୱରର କୃଷି ଓ କୃଷକ ସ୍ୱାର୍ଥରେ ଏକ ମହାବିଦ୍ୟାଳୟ ଓ ଗବେଷଣାକ୍ଷେତ୍ର ପ୍ରତିଷ୍ଠା ପ୍ରସ୍ତାବକୁ ସେମାନେ ସହମତି ପ୍ରକାଶ କରିଥିବା ସମ୍ପର୍କରେ ଡ. ପଣ୍ଡା ବୈଠକରେ ଏହି ବୈଠକରେ ଜଣାଇଥିଲେ । ନୀଳଗିରିର ବିଧାୟକ ଗତ ବିଧାନସଭା ଅଧିବେଶନରେ ଏଥିପାଇଁ ଆଗତ କରିଥିବା ପ୍ରଶ୍ନ ଓ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏନେଇ ପୁଣିଥରେ ନୀଳଗିରି ବିଧାୟକଙ୍କୁ ସାକ୍ଷାତ କରିଥିବା ସେ କହିଥିଲେ । ଚଳିତ ମାସରେ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ସଦସ୍ୟମାନଙ୍କର ଏକ ମିଳିତ ବୈଠକରେ ଏହି ଦାବିକୁ ଅଧିକ ବ୍ୟାପକ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିହନ ଉତ୍ପାଦକ ସଂଘର ଏକ ବୈଠକରେ ସରକାରଙ୍କୁ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠାପାଇଁ ଦାବିପତ୍ର ଦେବାକ ବୈଠକରେ ସିଦ୍ଧାନ୍ତ ନିଆଯାଇଛି । ଆସନ୍ତା ମାର୍ଚ୍ଚ ଶେଷ ସପ୍ତାହରେ କ୍ରିୟାନୁଷ୍ଠାନ ସମିତିର ଜିଲ୍ଲାସ୍ତରୀୟ ଏକ ସମ୍ମିଳନୀ ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ଭୂପତି କୁମାର ପାତ୍ର, ପ୍ରବୋଧ କୁମାର ପାତ୍ର, ହରିହର ପଣ୍ଡା, ରମେଶ ଚନ୍ଦ୍ର ଜେନା, ନିରଞ୍ଜନ ପରିଡ଼ା, ରବିନାରାୟଣ ଭୋଳ, ଅରୁଣ ଜେନା, ଗୌରାଙ୍ଗ ପାଣିଗ୍ରାହୀ, ହରିନାରାୟଣ ମଢ଼ୁଆଳ, ଭାସ୍କର ଚନ୍ଦ୍ର ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡ. କ୍ଷିତୀଶ ଚନ୍ଦ୍ର ଦାଶ, ପ୍ରୀତିରେଖା ମହାଳିକ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୀତାରାମ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ