କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ପ୍ରଥମ ବାର୍ଷିକ ସମ୍ମିଳନୀ କୃଷିବିତ୍ ଲୋକନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ ଓ କୃଷି ବୈଜ୍ଞାନିକ ଡ. ଅଦୈତ କୁମାର ପାତ୍ର ପ୍ରମୁଖ ଏଥିରେ ବରେଣ୍ୟ ଅତିଥି-ବକ୍ତା ଭାବେ ଯୋଗଦେଇ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ଦୃଢ଼ ସମର୍ଥନ ଜଣାଇଥିଲେ । ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳ ବାଲେଶ୍ୱରରେ ଏହି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ସ୍ଥାପନ ହେଲେ କୃଷିର ଉନ୍ନତି ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ଜିଲାକୁ ଆଉଏକ ସଫଳତା ମିଳିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ବିଭିନ୍ନ ବ୍ଲକ କମିଟିରୁ ବିଜୟ ମିଶ୍ର, କୁମୁଦ ରଂଜନ ଗିରି, କମଳାକାନ୍ତ ନାୟକ, ସନ୍ୟାସୀ ବେହେରା, ରଘୁନାଥ ମହାନ୍ତିଙ୍କ ସମେତ ବିଭିନ୍ନ ଅନୁଷ୍ଠାନରୁ କମଳ ଚକ୍ରବର୍ତ୍ତୀ, ଅପର୍ଣ୍ଣା ମହାପାତ୍ର, ଦାମୋଦର ନାୟକ, କଲ୍ୟାଣୀ ନନ୍ଦ, ଉଦୟ ରଞ୍ଜନ ଦାସ, ବିଷ୍ଣୁପ୍ରସାଦ ମହାନ୍ତି, ସୀତାରାମ ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ବିପ୍ଳବ କୁମାର ମହାନ୍ତି, ଶଶାଙ୍କ ଶେଖର ଦତ୍ତ, ଶ୍ୟାମସୁନ୍ଦର ଜେନା, ଅରୁଣ ଜେନା, ପ୍ରଭାକର ସାହୁ,‘ସହାୟକ’ର ବିଜୟ ଦାସ ଅଧିକାରୀ, ସୁଦର୍ଶନ ଜେନା ଓ ଭାରତୀ ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ ସହ ଜିଲାବ୍ୟାପୀ ଅଭିଯାନ ଆରମ୍ଭ ପାଇଁ ପ୍ରସ୍ତାବ ଦେଇଥିଲେ । ହରନାରାୟଣ ମଢ଼ୁଆଳ ଆସନ୍ତା ବର୍ଷପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ ଓ ଗୃହୀତ ପ୍ରସ୍ତାବଗୁଡ଼ିକ ଅଭୟ ଚନ୍ଦ୍ର ମିଶ୍ର ପାଠ କରିଥିଲେ । ପ୍ରାରମ୍ଭରେ ଡ. କ୍ଷିତୀଶ୍ୱର ଦାଶ ବେଦପାଠ କରିଥିବା ବେଳେ ଆବାହକ ଡ. କେଶବ ଚରଣ ପଣ୍ଡା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଆଇନଜୀବୀ ନିରଞ୍ଜନ ପରିଡ଼ା ମଂଚ ପରିଚାଳନାରେ ସହାୟତା କରିଥିବା ବେଳେ ଗୌରାଙ୍ଗ ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ଦିଲ୍ଲୀପ ଗିରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସହର ସମେତ ଜିଲାର ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ