କୃଷି ସଚେତନତା କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଧିନ୧୦ଗୋଟି ସମବାୟ ସମିତି ଠାରେ ଇତିମଧ୍ୟରେ ଚଳିତ ବର୍ଷ ଖରିଫ ଧାନ ଚାଷ ବିକ୍ରୟ ପାଇଁ ନାମ ପଞ୍ଜିକରଣ ହୋଇ ସାରିଛି। ଏହି ପରିପ୍ରେକ୍ଷୀରେ ସମବାୟ, କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ କୃଷକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏବେ ତିନି ଗୋଟି ବିଭାଗର ଅଧିକାରୀ ମାନେ ମିଳିତ ଭାବେ କୃଷି କ୍ଷେତ୍ର ପରିଦର୍ଶନ କରିବା ସହ କେଉଁ କେଉଁ ଜମି ପଞ୍ଜିକୃତ ହୋଇଛି ସେନେଇ ମଧ୍ୟ ଅନୁଧ୍ୟାନ କରୁଛନ୍ତି। ଏହାଛଡା ଉନ୍ନତ ମାନର ଧାନ ଚାଷ ପାଇଁ କୃଷକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ବ୍ଲକର ବନ୍ଦାଳୋ-ମଢ଼ିଆଳି, ରାଜେନ୍ଦ୍ରପୁର ଓ ନାଆମୀ ପଞ୍ଚାୟତର କେତେକ ଚାଷଜମିକୁ ଆଜି ନାଆମୀ ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ, ରାଜସ୍ୱ ନିରୀକ୍ଷକ ଦେବୀପ୍ରସାଦ ବାରିକ, ଗ୍ରାମ୍ୟ କୃଷି କର୍ମଚାରୀ ଶିବ ନାରାୟଣ ପାଣି ପ୍ରମୁଖ ପରିଦର୍ଶନ କରିଥିବା ବେଳେ ଚାଷୀ ବିଶ୍ୱରଞ୍ଜନ ଜେନା ଓ ରାଜେନ୍ଦ୍ର ସାହୁଙ୍କ ସହିତ ବିଭିନ୍ନ ଆଲୋଚନା କରିଛନ୍ତି। ସେହିଭଳି ଜଳମଣ୍ଡୁଆ ସମିତି ସମ୍ପାଦକ ଜୟନ୍ତ ଭୋଇଙ୍କ ନେତୃତ୍ୱରେ ରାଜସ୍ଵ ନିରୀକ୍ଷକ ସତ୍ୟରଞ୍ଜନ କର, ଗ୍ରାମ୍ୟ କୃଷି କର୍ମଚାରୀ ସ୍ମୃତିରଞ୍ଜନ ରାଉତ, ମମତା ମଞ୍ଜରୀ ସେଠୀ ପ୍ରମୁଖ ହରିପୁର ବିନ୍ଧା ନିର୍ଗୁଣ୍ଡି, ଭଗିବିନ୍ଧା, ରାଜେନ୍ଦ୍ରପୁର, ପଦିନାରାୟଣପୁର ପ୍ରମୁଖ ଅଞ୍ଚଳର ଚାଷ ଜମି ପରିଦର୍ଶନ କରିଥିଲେ।


