ଜଳ ପରୀକ୍ଷା ପାଇଁ ପ୍ରଶିକ୍ଷଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଣିର ଗୁଣାତ୍ମକ ମାନ ପରୀକ୍ଷା ପାଇଁ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧିନ୨୩ଗୋଟି ପଞ୍ଚାୟତର ଏମବିକେ ମାନେ ଯୋଗଦେଇଥିବା ବେଳେ ଗ୍ରାମାଞ୍ଚଳରେ କେଉଁଭଳି ଜଳ ପରୀକ୍ଷା ହେବ ସେ ନେଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପାନୀୟ ଜଳ ପରୀକ୍ଷା ପାଇଁ ସମସ୍ତ ଏମବିକେ ମାନଙ୍କୁ ବିଭାଗ ପକ୍ଷରୁ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଥିଲା। ପଞ୍ଚାୟତ ସ୍ତରରେ ସିଆରପି ଓ ଏସଏଚଜି ମହିଳା ମାନଙ୍କୁ ଯଥାଶୀଘ୍ର ଏମବିକେ ମାନେ ପ୍ରଶିକ୍ଷଣ ଦେବା ସହିତ ପାଣିର ଗୁଣାତ୍ମକ ମାନ ପରୀକ୍ଷା ପାଇଁ ନିର୍ଦେଶ ଦିଆଯାଇଥିଲା। ଉକ୍ତ ପ୍ରଶିକ୍ଷଣ କର୍ମଶାଳାରେ ବିଭାଗୀୟ ଯନ୍ତ୍ରୀ ଦିବାକର ସାହୁ, ଭାଗିରଥି ଦାସ, ମିଶନଶକ୍ତି ଅଧିକାରୀ ସୁବ୍ରତ ପଣ୍ଡା, ଲ୍ୟାବ ସହାୟକ ପ୍ରଶାନ୍ତ କୁମାର ବିଶ୍ବାଳ, ଶୁଭ୍ରକାନ୍ତ ପହି, ପୂଜା ସାମଲ, ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଏମବିକେ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।


