କେକୀସିଙ୍ଗ ଗ୍ରାମରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମର ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ରାୟଗଡ ବ୍ଲକର ଲୋବା ପଞ୍ଚାୟତ ଅନ୍ତର୍ଗତ କେକୀସିଙ୍ଗ ଗ୍ରାମରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମର  ଉଦଘାଟନ ହୋଇଛି । ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ମୋଟ ୩୫ ଜଣ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ ମହିଳା ତାଲିମ ନେବେ । ଉଦଘାଟନ ସଭାରେ ଜିଲ୍ଲା ଲିଡ ବ୍ୟାଙ୍କ ମେନେଜର କିଶୋର ଚନ୍ଦ୍ର ନାଇକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିର ଉଦ୍ଘାଟନ କରିଥିଲେ | ଲୋବା ପଞ୍ଚାୟତ ର ଏମବିକେ ସୁଶ୍ରୀ ସସ୍ମିତା ଭୂୟାଁ ଅତିଥି ରୂପେ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅତିଥି ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ସ୍ବାବଲମ୍ବୀ ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପିକା ଦିକ୍ଷ୍ୟାଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ