ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ସୁସ୍ଥ ହେଲେ ସାମଝା ରାଣୀ : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଲେ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଏକ ମହତ୍ୱକାକ୍ଷୀ ଯୋଜନା।ରାଜ୍ୟ ସରକାର ଅକ୍ଟୋବର ମାସରୁ ସ୍ମାର୍ଟ ବିଏସକେୱାଇ କାର୍ଡ଼ ପ୍ରଚଳନ କରିଛନ୍ତି । ଗଜପତି ଜିଲ୍ଲାରେ ଖୁଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅକ୍ଟୋବର ମାସରେ ଏହି ସ୍ୱାସ୍ଥ୍ୟ କାର୍ଡ଼ ଶୁଭାରମ୍ଭ କରିଥିଲେ । ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଦେଖାଇ ସୁସ୍ଥ ହୋଇ ଘରକୁ ଫେରିଲେ ସାମଝା ରାଣୀ ସିଂ । ସୂଚନା ଅନୁସାରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଶ୍ରୟଗଡ଼ ଗ୍ରାମର ସାମଝା ରାଣୀ ସିଂ(୨୧) ଏକ ବର୍ଷ ପୂର୍ବରୁ ଛାତିରେ ଯନ୍ତ୍ରଣା ହେବା ପରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ସେଠାରେ ଡାକ୍ତର ଛାତିରେ ପାଣିଜମି ଯାଇଥିବା ଜଣାଇଥିଲେ। ସାମଝା ରାଣୀଙ୍କ ସ୍ୱାମୀ ରୀଙ୍କୁ ଏଡ଼ଲା (୨୩) ଜଣେ ଦିନ ମଜୁରିଆ ରୀଙ୍କୁଙ୍କ ଅର୍ଜନରେ ବାପା,ମା ଓ ତାଙ୍କ ସ୍ତ୍ରୀ ଛୁଆ ପିଲା ୫ଜଣ ନିର୍ଭର ପାଖରେ ଅର୍ଥର ଘୋର ଅଭାବ । ଅଭାବ ମଧ୍ୟରେ ବି ଧାର ଉଧାର କରି ସୁନା ବନ୍ଧା କରି ତାଙ୍କ ସ୍ତ୍ରୀକୁ ବ୍ରହ୍ମପୁର ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ଛାତିରେ ଯନ୍ତ୍ରଣା ସହ ଟିଭି ରୋଗ ଚିକିତ୍ସା କରିବା ପାଇଁ ଭୁବନେଶ୍ୱର ଏମସ୍ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ଏମସ ଯାଇଥିଲେ। ପରେ ଏମସ୍ ରୁ ବେସରକାରୀ ସୌମ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ । ସୌମ ହସ୍ପିଟାଲର କର୍ମଚାରୀ ସ୍ମାର୍ଟ ହେଲଥ କାର୍ଡ଼ ବିଷୟରେ ପଚାରିବାରୁ ସ୍ମାର୍ଟ କାର୍ଡ଼ ଦେଇଥିଲେ । ପରେ ସମସ୍ତ ଚିକିତ୍ସା ବିନା ଖର୍ଚ୍ଚରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ସାମଝା ରାଣୀ ସିଂ। ବର୍ତ୍ତମାନ ସାମଝା ରାଣୀ ଚଲାବୁଲା କରିବା ସହ ସୁସ୍ଥ ଅନୁଭବ କରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ଉପକାର ଯୋଗୁଁ ମୋ ସ୍ତ୍ରୀ ସୁସ୍ଥ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ସାମଝା ରାଣୀ ସିଂଙ୍କ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ ।


