କେଦାରପୁର ବିଦ୍ୟାଳୟରେ ଗୁରୁଦିବସ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ପାଳନ ଅବସରରେ ସୋମବାର ଛାତ୍ରୀ ଛାତ୍ର ଙ୍କୁ ପୋଷାକ ବଣ୍ଟନ ଏବଂ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କୋରେଶୁ ସେଠୀ , ଏବିଇଓ ବାଳା ମାଝୀ , ବିଶ୍ରବା ପାଇକ , ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ , ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ସେଠୀ , ସିଆରସିସି ସ୍ବୟଂପ୍ରଭା ପଟ୍ଟନାୟକ , ସମିତି ସଭ୍ୟ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା , ନାଏବ ସରପଞ୍ଚ ଇ. ରାମହରି ଦୋରା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁରେଶୁ ରଣା , ଅବସରପ୍ରାପ୍ତ ଶିକ୍ଷକ ଏଲ୍ . କୃଷ୍ଣମୂର୍ତ୍ତି ଦୋରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଶ୍ରେଣୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର ସଭାକାର୍ଯ୍ୟରେ ଗୁରୁଦିବସର ମହତ୍ତ୍ଵ ସମ୍ପର୍କରେ ଛାତ୍ରୀ ଛାତ୍ର ଙ୍କୁ ଅତିଥିବୃନ୍ଦ ଉଦବୋଧନ ଦେଇଥିଲେ । ଏଥିସହ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୯୨ ଛାତ୍ରୀ ଛାତ୍ର ଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା । ଶେଷରେ ଇକୋ କ୍ଳବ୍ ତରଫରୁ ବିଦ୍ୟାଳୟ ପରିବେଶକୁ ସବୁଜ ବନାନୀ ତଥା ସୈନ୍ଦର୍ଯ୍ଯମୟ କରିବା ପାଇଁ ବିଦ୍ୟାଳୟ ଚତୁଃପାର୍ଶ୍ଵରେ ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରିବା ସହ ସମସ୍ତ ଛାତ୍ରୀ ଛାତ୍ର ଙ୍କୁ ବୃକ୍ଷ ରୋପଣ ନିମନ୍ତେ ଚାରା ପ୍ରଦାନ କରାଯାଇଥିଲା । ଶିକ୍ଷକ ରାମଚନ୍ଦ୍ର ସେଠୀ , ପ୍ରଭାକର ଘଡେଇ , ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ ଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ଯା ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।