କେନାଲବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ, ୧୦ଟି ଗାଁଲୋକ ହେଉଛନ୍ତି ହନ୍ତସନ୍ତ

ନିମାପଡ଼ା, (ସନ୍ତୋଷ ଦାଶ ) ଚାରିଛକ ନିକଟସ୍ଥ ବିନିଶପୁର ମାଇନର କେନାଲ ର ଉତ୍ତରପାଶ୍ଵ ବନ୍ଧ ଉପରେ ପୁରୀ ଜିଲ୍ଲାର ବେଲ ପଡା, ଚହଟା, ବନ୍ଦେଶ୍ୱର ଓ କଟକ ଜିଲ୍ଲା ର ଜାହାଙ୍ଗୀରପୁର, କେଶେ ରାଇପୁର, ପିତାପଡା, କୃଷ୍ଣପ୍ରସାଦ, ନୂଆସାତଙ୍କ, ନାଛିଗାଁ, ସାରଣା ପ୍ରଭୃତି ଗ୍ରାମର ଗ୍ରାମବାସୀ ମାନେ ଯାତାୟାତ ପାଇଁ ନିର୍ଭର କରିଥାନ୍ତି l ଏହି ରାସ୍ତାଟିକୁ କଂକ୍ରିଟ କରାଯିବାକୁ ଦୀର୍ଘବର୍ଷ ହେବ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇ ଆସୁଛି କିନ୍ତୁ ଜଳସେଚନ ବିଭାଗ ଅଥବା ଲୋକ ପ୍ରତିନିଧି କେହି ବି ଏଥିପ୍ରତି ଦୃଷ୍ଟିପାତ କରୁନାହାଁନ୍ତି। ପ୍ରତିବର୍ଷ ବନ୍ଧ ରେ ମାଟି, ମୋରମ ପକାଇ ଲକ୍ଷାଧିକ ଟଙ୍କା ର ବିଲ କରାଯାଇ ଅନୁଦାନ ଅର୍ଥ କୁ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ଟି ରାଜନୈତିକ କୁଜି ନେତା ଙ୍କ ପାଇଁ ଲେଉଟିଆ ଶାଗପଟାଳି ପାଲଟିଛି। ଏଣୁ କେହିବିଏହି ରାସ୍ତା କୁ କଂକ୍ରିଟ କରିବାକୁ ଆଗଭର ହେଉନାହାନ୍ତି। ବର୍ଷାଋତୁ ରେ ଉପରୋକ୍ତ ଗ୍ରାମ ର ଗ୍ରାମବାସୀ ମାନେ ଯାତାୟାତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉ ଛନ୍ତି। ତୁରନ୍ତ ଏହି ରାସ୍ତାଟି କୁ କଂକ୍ରିଟ କରିବାକୁ ସାଧାରଣ ରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ