କେନାଲରେ ବୁଡି : ୨ ମୃତ
ଯାଜପୁର,( ଯୁଗାବ୍ଦ ନ୍ୟୁଜ ) : ସଦର ଥାନା ଅନ୍ତର୍ଗତ ବୈତରଣୀ ନଦୀର ରୁଡ଼ିଆ ଆନିକଟ ନିକଟରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇ ୨ଜଣ ଙ୍କ ମୃତ୍ୟୁ ଘଟିଛି । ମୃତକ ସ୍ଥାନୀୟ ଯାଜପୁର ମୁନସିପାଲଟି ଅଞ୍ଚଳର ମହମ୍ମଦ ଅନୱର ହୋଦା (୨୦)ଓ ସେକ ମୋଯସମ (୨୬) ବୋଲି ଜଣାପଡିଛି । ଆଜି ୫ଜଣ ଯୁବକ ସାଙ୍ଗ ହୋଇ ଗାଧୋଇବା ପାଇଁ ବୈତରଣୀ ନଦୀର ରୁଡ଼ିଆସ୍ଥିତ ଆନିକଟକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ବୁଡିଯାଇଥିଲେ । ଅନ୍ୟ ୩ ସାଙ୍ଗ ଆସି ଦମକଳ ବିଭାଗ କର୍ମଚାରୀ ଙ୍କୁ ଖବର ଦେଇଥିଲେ । ଦମକଳ ବାହିନୀ କର୍ମଚାରୀ ସେଠାରେ ପହଂଚି ଖୋଜାଖୋଜି କରିବା ପରେ ୨ଜଣଙ୍କ ମୃତଦେହକୁ ସେଠାରୁ ଉଦ୍ଧାର କରିଥିଲେ ।