କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ୩୮ତମ ବାର୍ଷିକ କ୍ରୀଡା ୨୦୨୪ ଉଦ୍ଘାଟିତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜେଲରୋଡସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ୩୮ତମ ବାର୍ଷିକ କ୍ରୀଡା ଉସôବ ସ୍ଥାନୀୟ ରିଜର୍ଭ ପୁଲିସ ପଡିଆରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲା ଆରକ୍ଷୀ ଆଧୀକ୍ଷକ କୁସଲକର ନିତିନ୍ ଡାଗଡୁ ଯୋଗ ଦେଇ ଶାରୀରିକ ବିକାଶରେ କ୍ରୀଡାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ତଥା ଅଧିବକ୍ତା ସୁଧାଂଶୁ ଶେଖର ପଣ୍ଡା,ସହ-ସଂପାଦକ ତଥା ବ୍ୟବସାୟୀ ଦୀପକ କୁମାର ମହାକୁଳ ଓ କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବିଜୟ କୁମାର ଦିକ୍ଷୀତ ଉପସ୍ଥିତ ଥିଲେ । ପ୍ରଧାନଆଚାର୍ଯ୍ୟ ଅଲେଖ ଚନ୍ଦ୍ର ମହାନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁମାନଙ୍କ ଦ୍ୱାରା କ୍ରୀଡା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏହି କ୍ରୀଡା ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ତୃତୀୟ ଶ୍ରେଣୀରୁ ନବମ ଶ୍ରେଣୀର ଭାଇଭଉଣୀମାନଙ୍କ ମଧ୍ୟରେ ୧୦୦ମି, ୨୦୦ମି, ୪୦୦ମି, ୬୦୦ମି, ୧୬୦୦ମି ଦୌଡ, ବଲ୍ଫିଙ୍ଗା, ଗଣବେଶ ସଜ୍ଜା, ସ୍ମରଣ ଦୌଡ, ଆଳୁଚାମଚ ଦୌଡ, ଛୁଂଚି ସୂତା ଦୌଡ, ଉଚ୍ଚ ଡିଆଁ, ଲମ୍ବଡିଆଁ, ବଲ ଫିଙ୍ଗା, ଥାଳିଆଫିଙ୍ଗା, ବର୍ଚ୍ଛା ପିଙ୍ଗା, ତ୍ରିକୁଦ ଆଦି ଖେଳ ଅନୁଷ୍ଠିତ ହେବ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଂରଚି ନାରାୟଣ ମହାନ୍ତ, ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସାମଲ, ଲମ୍ବୋଦର ମହାନ୍ତ, ଜଗନ୍ନାଥ ମହାନ୍ତ, ମଞ୍ଜୁଶ୍ରୀ ରାଉତ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲା ବେଳେ ବିଦ୍ୟାଳୟ ସମସ୍ତ ଗୁରୁଜୀଗୁରୁମା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ