କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ତଥା ଯୁବମାନସର ପ୍ରତୀକ ଦିବଗଂତ ଉତ୍କଳ କେଶରୀ ପରିଡା(ଟୁଲୁ)ଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଚାନ୍ଦୋଳ କଲେଜଛକ ନିକଟସ୍ଥ ମାତୃବାଟିକାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଅନୁଷ୍ଟିତ ସଭାରେ ବାଲିଆ ଦୟାନନ୍ଦ ସେବାଶ୍ରମର ପରିଚାଳକ ମଦନମୋହନ ଆର୍ଯ୍ୟ ବେଦ ପାଠ କରିଥିଲେ । ସଭାକୁ ସଂଯୋଜନା କରିଥିଲେ ପ୍ରକାଶ ପରିଡା, ହେମନ୍ତ ଜେନା ଓ ଈଶ୍ୱର ଚନ୍ଦ୍ର ପୃଷ୍ଟି ପ୍ରମୁଖ । ସ୍ୱର୍ଗତ ପରିଡାଙ୍କ ସ୍ମୃତିରେ ଏକ ସ୍ମରଣିକାକୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଯୁବନେତା ରାଜେଶ ପଣ୍ଡା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜନ ଅଧିକାର ପରିଷଦର ଅଧ୍ୟକ୍ଷ ବିଜୟ ପରିଡା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ବରିଷ୍ଠ ବିଜେଡି ନେତା ରବି ସାମଲ, ଅବନ୍ତୀ ବେହେରା, ଅଧ୍ୟାପକ ଅଜୟ ରାଉତ, ବିଜେପି ନେତା ଭୁବନମୋହନ ଜେନା, ଅମ୍ବିକା ପରିଡା, ରାଜେଶ ଦାସ, ବିଜେପି ନେତ୍ରୀ ଗିତାଞ୍ଜଳି ସେଠୀ, ମାନସ ସାମଲ, ଜୀତେନ୍ଦ୍ର ନାଥ ପାଗଳ, ସରୋଜକାନ୍ତ ସାହୁ ପ୍ରମୁଖ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଶୀନାଥ ରାଉତ, ତରୁଣ କୁମାର ବାରିକ, କଳିଙ୍ଗକେଶରୀ ପରିଡା, ପ୍ରଭାତ କେଶରୀ ପରିଡା, ଗୈାତ୍ତମ ପରିଡା, ଶିବାନୀ ଦାସ, ସୁଶାନ୍ତ ପରିଡା, ପ୍ରଭାତି ମଳିକ ପ୍ରମୁଖ ଯୋଗଦେଇଥିଲେ । କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଦିବଗଂତ ଉତ୍କଳକେଶରୀ ପରିଡା ଛାତ୍ର ଜୀବନରୁ ଜଣେ ସାହସୀ, ନିର୍ଭିକ ମାନସିକତା, ଆତ୍ମବିଶ୍ୱାସରେ ପୂର୍ଣ୍ଣ ଏବଂ ନିର୍ଭେଜାଲ ରାଜନେତା ଥିଲେ ବୋଲି ଉପସ୍ଥିତ ନେତୃବୃନ୍ଦ କହିବା ବେଳେ ତାଙ୍କ ଜୀବନାବଳୀ ଉପରେ ଆଲୋକପାତ କରିଥିଲେ । ୧୯୮୦ଦଶକରୁ ସେ ସାଲେପୁର କଲେଜ ଛାତ୍ରସଂସଦର ସଭାପତି ଥିବାବେଳେ ଆର.ଡି.ସି. କାର୍ଯ୍ୟାଳୟ ଉପରେ କଳାପତାକା ଲଗାଇ ସେତେବେଳର ଦୁର୍ବାର ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ଡେରାବିଶ ବ୍ଲକର ଅଧ୍ୟକ୍ଷ ଓ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ବେଳେ ସେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ମଧ୍ୟ ନେତାମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ସେ ଓଡିଶା ଗଣ ପରିଷଦ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଓ ବିଜୁ ଜନତାଦଳର କେନ୍ଦ୍ରାପଡା ଜିଲ୍ଲା ସଭାପତି ଓ ସର୍ବୋପରି ଏନସିପିର ରାଜ୍ୟ ସଭାପତି ଭାବେ କରିଥିବା କାର୍ଯ୍ୟ ସମ୍ପର୍କରେ ନେତୃମଣ୍ଡଳୀ ଆଲୋକପାତ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ଅମର ଶତପଥୀ, ପ୍ରତାପ ଜେନା, ପ୍ରତାପ ଦେବ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଧ୍ରୁବ ସାହୁ, ଅରବିନ୍ଦ ମହାପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ଭୁବନେଶ୍ୱର ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, କୁନା ବିହାରୀ ଦାସ, ବିଜେଡି ନେତା ସିଦ୍ଧାର୍ଥ ଦାସ, ସାମ୍ବାଦିକ ପରିକ୍ଷୀତ ପାତ୍ର, ଆଇନଜୀବି ଉମେଶ ସିଂହ, ସାମ୍ବାଦିକ ସୁବ୍ରତ ସାମଲ, ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ବିଜେପି ନେତ୍ରୀ ମନିଷା ପଣ୍ଡା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଶ୍ରୀକାନ୍ତ ପଣ୍ଡା, ହିବଜୁର ରହେମାନ୍‌, କାର୍ତ୍ତିକ ନାୟକ, ନଳିନୀକାନ୍ତ ସ୍ୱାଇଁ, ରଞ୍ଜନ ସାହୁ, ଅବନୀ ଜେନା, ପ୍ରଶାନ୍ତ ଦାସ, ରାଇରଙ୍ଗପୁରର ନେତା ମନୁ ଚୈାଧୁରୀ, ଭୁବନେଶ୍ୱରର ଟୁଲୁ ଲେଙ୍କା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ରଶ୍ମୀରଞ୍ଜନ ରାଉତ, ଭୀଷ୍ମ ମହାନ୍ତି, ପ୍ରଦ୍ୟୁମ୍ନ ଦାଶ, ନବଘନ ନାୟକ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ତୁଷାରକାନ୍ତି, ରେଭେନ୍ସା କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଶୁଭେନ୍ଦୁ ମହାନ୍ତି, କୃଷ୍ଣଚନ୍ଦ୍ର ମଲ୍ଲିକ, ଧନେଶ୍ୱର ସେଠୀ, ଡେରାବିଶ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିବା ବେଳେ ମହେନ୍ଦ୍ର ସିଂହ, ଅଶ୍ୱିନୀ ମହାନ୍ତି, ମହେନ୍ଦ୍ର ରାଉତ, ବିଭୁଦେନ୍ଦୁ ପଣ୍ଡା, ଚାନ୍ଦୋଳ ସରପଞ୍ଚ ସୁରେନ୍ଦ୍ର ନାଥ ମଳିକ, ଚନ୍ଦ୍ର ଶେଖର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଜ୍ୱାଇଁ ତରୁଣ ବାରିକ ଧନ୍ୟବାଦେ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ