କେନ୍ଦ୍ରାପଡାରେ ଆନ୍ତର୍ଜାତୀୟ ସ୍ତରର ବଚପନ ପ୍ଲେସ୍କୁଲ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ମୀରପାଟଣା ଲକ୍‌ରୋଡରେ ଆନ୍ତର୍ଜାତୀୟ ସ୍ତରର ‘ବଚପନ ପ୍ଲେସ୍କୁଲ’ ଆଜି ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଫିତାକାଟି ଉଦଘାଟନ କରିଥିଲେ । ସ୍ଥାନୀୟ କାଉନସିଲର ଜୟନ୍ତୀ ପାଣି, ‘ବଚପନ’ କର୍ପୋରେଟ କାର୍ଯ୍ୟାଳୟ ଦିଲ୍ଲୀର ପ୍ରଶିକ୍ଷଣ ଓ ସମର୍ଥ ଜାତୀୟ ମୁଖ୍ୟ ଡି.ସି. ରାୟ, ପୂର୍ବତନ କାଉନସିଲର ସୈାମେନ୍ଦ୍ର କୁମାର ପୃଷ୍ଟି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । କୁନି କୁନି ପିଲାମାନଙ୍କୁ ସ୍ପିକୋ ପେନ ମାଧ୍ୟମରେ ଶିକ୍ଷାଦାନ କରାଯିବ । ଏହି ପ୍ଲେସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ‘ବଚପନ’ର ଦିଲ୍ଲୀ ମୁଖ୍ୟାଳୟ ଦ୍ୱାରା ଚୟନ କରାଯାଇ ପ୍ରଶିକ୍ଷଣ ପ୍ରଦାନ ପରେ ନିଯୁକ୍ତି ଦିଆଯାଇଛି । ୨ରୁ ୫ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ କେନ୍ଦ୍ରାପଡା “ବଚପନ ପ୍ଲେସ୍କୁଲ” ସର୍ବାଦୈା ଧ୍ୟାନ ଦେବା ସହ ସେବା ପ୍ରଦାନ କରିବ ବୋଲି ‘ବଚପନ’ର ଜାତୀୟ ମୁଖ୍ୟ ଶ୍ରୀ ରାୟ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସୈାମ୍ୟଶାନ୍ତ ଦାସ, ଶିକ୍ଷୟିତ୍ରୀ ମାଧବି ଦାସ, ଶଶୀରେଖା ଜେନା, ରଶ୍ମିରେଖା ସାହୁ, ଅର୍ଚ୍ଚିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ