କେନ୍ଦ୍ରାପଡାରେ ବାୟୁସେନା ବୃତ୍ତି ଚୟନ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଚଳିତବର୍ଷ ହେଉଥିବା ବାୟୁସେନା(ଅଗ୍ନିବୀର ବାୟୁ) ଚୟନ ନିମନ୍ତେ ଭୁବନେଶ୍ୱର -୯ ବାୟୁସେନା ଚୟନ କାର୍ଯ୍ୟାଳୟର କମାଣ୍ଡିଙ୍ଗ ତଥା ଉଇଙ୍ଗ କମାଣ୍ଡିଙ୍ଗ ଅଫିସର ଏନ.ଏସ. ସୁନ୍ଦର ଏବଂ ତାଙ୍କର ଅନ୍ୟ ସହକର୍ମୀ ବୃନ୍ଦ କେନ୍ଦ୍ରାପଡା ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସାଙ୍କ ସହିତ କେନ୍ଦ୍ରାପଡାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ବାୟୁସେନାର ଅଗ୍ନିବୀର ଚୟନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ସେମାନେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଓ କେନ୍ଦ୍ରାପଡା ବ୍ଲକର ତରାଣ୍ଡୋସ୍ଥିତ ଆଦର୍ଶ ବିଦ୍ୟାଳୟରେ ବାୟୁସେନାର ବୃତ୍ତି ଚୟନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଦୁଇଟି ମହାବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ୩୫୫ଜଣ ଛାତ୍ରଛାତ୍ରୀ ବୃତ୍ତି ଚୟନ ପରାମର୍ଶ ଶିବିରରେ ଉପସ୍ଥିତ ଥିଲେ । ଏହି ଶିବିରକୁ ଉଭୟ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଅଧ୍ୟକ୍ଷ, କ୍ୟାରିଅର କାଉନସେଲିଂ ସଂଯୋଜକ ପ୍ରମୁଖ ପରିଚାଳନା କରିଥିଲେ । ଶିବିର ଗୁଡିକରେ ବାୟୁସେନାର ଉଇଙ୍ଗ କମାଣ୍ଡିଙ୍ଗ ଅଫିସର ଏନ.ଏସ. ସୁନ୍ଦର ଓ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବାୟୁସେନାର ଅଗ୍ନିବୀର ଚୟନ ନିମନ୍ତେ ବିଷଦ ଭାବେ ସୂଚନା ପ୍ରଦାନ କରିଥିଲେ ।
ନାକ ମାନ୍ୟତାର ନବୀକରଣ ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ