କେନ୍ଦ୍ରାପଡାରେ ବିଶ୍ୱଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡରେ ଗରାପୁର ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ବିଶ୍ୱଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାର କୋଣ ଅନୁକୋଣରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ସମବେତ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ । ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, କରୋନା ମହାମାରୀରୁ ସୁରକ୍ଷା ଏବଂ ଏକ ସୁସ୍ଥ ସମାଜ ଗଠନ ଲକ୍ଷ୍ୟରେ ଶ୍ରୀମାଙ୍କ ପରାମର୍ଶରେ କେନ୍ଦ୍ରାପଡା ଜିଲ୍ଲାବାସୀ ଇଛାପୁରସ୍ଥିତ ରଥଦାଣ୍ଡରେ ସମବେତ ହୋଇ ପ୍ରାର୍ଥନା କରିଥିଲେ । ଶ୍ରୀମା ପ୍ରତ୍ୟେକ ଇଂରାଜୀ ନବବର୍ଷର ପ୍ରଥମ ଦିବସକୁ ବିଶ୍ୱଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସ ଭାବେ ପାଳନ କରାଯିବାକୁ ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଶ୍ରୀମା ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରାର୍ଥନାର ବିଶେଷତ୍ୱ ଏବଂ ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଏଥିସହିତ ପ୍ରତ୍ୟେକ ଧର୍ମାବଲମ୍ବିମାନେ ଏହି ଦିବସରେ ସେମାନଙ୍କ ଧର୍ମାନୁଷ୍ଠାନ ନିକଟରେ ସମବେତ ହୋଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ସ୍ୱାମୀ ବିଶ୍ୱରୂପାନନ୍ଦ, ଟିକିଲି ମଠର ବାବା ହୃଷିକେଶ ଦାସ, ଡଃ. କାଳି ପ୍ରସନ୍ନ ଶତପଥୀ, ଅଧ୍ୟାପକ ଅଜୟ ସାମଲ, ସଞ୍ଜୟ ମଥାନ, କପାଳେଶ୍ୱର ସରପଞ୍ଚଗାୟତ୍ରୀ ମହାନ୍ତି, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶୁତୋଷ ମହାନ୍ତି, ଗବେଷକ ନିରଞ୍ଜନ ମେକାପ, ଦେବଦାସ ମହାନ୍ତି, ଶ୍ରୀଧର କୁମାର ମହାନ୍ତି, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ବାସୁଦେବ ଦାସ, ମେଜର ଭରତ ଚନ୍ଦ୍ର ଜେନା, ବାବାଜୀ ନୃସିଂହ ଚରଣ ଦାସ, ରାଜେଶ ପଣ୍ଡା, ସଞ୍ଜୟ କୁମାର ଜେନା, କୈଳାସ ରାଉତ, ପ୍ରଶାନ୍ତ ସେଠୀ, ସ୍ୱୟଂପ୍ରଭା କର, ସୁମିତ୍ରା ପାଢୀ, ଦୈା୍ରପଦୀ ରାଉତ, କୁଳମଣୀ ଦାସ, ସୁଦର୍ଶନ ମହାନ୍ତି, ସୁଶିଲ ସୁତାର, ସୈାଭାଗିନୀ ମହାପାତ୍ର, ଅଭିମନ୍ୟୁ ଗୋଛାୟତଙ୍କ ସମେତ ବଳଦେବ ସେନା ଏବଂ ତୁଳସୀ କଲଚରାଲ ଗ୍ରୁପର କର୍ମକର୍ତ୍ତାମାନେ ଯୋଗଦେଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମିତ୍ତ ପ୍ରାର୍ଥନା କରିଥିଲେ ।