କେନ୍ଦ୍ରାପଡାରେ ସମସ୍ତ ଖାଉଟି ଡିଲରଙ୍କ ଲାଇସେନ୍ସକୁ ଆସନ୍ତା ଜୁଲାଇମାସ ପର୍ଯ୍ୟନ୍ତ ନବୀକରଣ କରିବାକୁ ସରକାରଙ୍କ ନିର୍ଦେଶ

କେନ୍ଦ୍ରାପଡା :କରୋନା ଭୂତାଣୁ ସଂକ୍ରମଣ ଜନିତ ଆଶଙ୍କା ଦୃଷ୍ଟିରୁ ସାଧାରଣ ବଂଟନ ବ୍ୟବସ୍ଥାରେ ଯେପରି କୈାଣସି ଅସୁବିଧା ସୃଷ୍ଟି ନହୁଏ ସେଥିପାଇଁ ଜିଲ୍ଲାର ସମସ୍ତ ଖାଉଟି ଡିଲରଙ୍କ ଲାଇସେନ୍ସକୁ ଆସନ୍ତା ଜୁଲାଇମାସ ପର୍ଯ୍ୟନ୍ତ ନବୀକରଣ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବୀକ୍ରମ ଯାଦବ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।ଗତ ଫେବୃୟାରୀ ମ।ସ ୧୨ତାରିଖରେ ପତ୍ର ସଂଖ୍ୟା -୫୭୨୧ରେ ଏହି ଜିଲ୍ଲାର ୬୧୧ଟି ଖାଉଟି ଡିଲରଙ୍କ ମଧ୍ୟରୁ ୨୧୪ଜଣଙ୍କ ଲାଇସେନ୍ସକୁ ନବୀକରଣ କରାନଯାଇ ତାଙ୍କ ସ୍ଥାନରେ ନୂତନ ଖାଉଟି ଡିଲର ଭାବରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ନିଯୁକ୍ତି ପ୍ରଦାନ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଆସିଥିବା ବେଳେ ତା ୨୦.୦୩.୨୦୨୦ରିଖ ଅର୍ଥାତ ଆଜି ପ୍ରାପ୍ତ ହୋଇଥିବା ପତ୍ର ସଂଖ୍ୟା – ୬୪୧୯ରେ ଆସନ୍ତା ଜୁଲାଇମାସ ପର୍ଯ୍ୟନ୍ତ ସେହି ଖାଉଟି ଡିଲରମାନଙ୍କ ଲାଇସେନ୍ସକୁ ନବୀକରଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ବେସାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ