କେନ୍ଦ୍ରାପଡାରେ ୩୧ ତମ ସଡକ ସୁରକ୍ଷା ସପ୍ତାହ ପାଳିତ

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍‌): ୩୧ ତମ ସଡକ ସୁରକ୍ଷା ସପ୍ତାହ ଦୁହୁରିଆସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ସଡକ ସୁରକ୍ଷା ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ସଡକ ସୁରକ୍ଷାର ବାର୍ତ୍ତା କେବଳ ପ୍ରଚାର ପାଇଁ ନୁହେଁ ଏହାକୁ ପାଳନ କରାଗଲେ ଜୀବନ ସହ ଧନ ସଂପତ୍ତି କୁ ମଧ୍ୟ ରକ୍ଷା କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ପ୍ରାୟ ୨ଶହ ଲୋକଙ୍କର ପ୍ରାଣହାନୀ ଘଟୁଥିବା ବେଳେ କଲେଜ ଛାତ୍ର ଛାତ୍ରୀମାନେ ଏସମ୍ପର୍କରେ ବିଶେଷ ସଚେତନ ହେବା ଆବଶ୍ୟକ । ସରକାରଙ୍କ ନୂଆ ଆଇନ ମୁତାବକ ସଡକ ଦୁର୍ଘଟଣାରେ ମୃତକଙ୍କ ପାଇଁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସ୍ୱତନ୍ତ୍ର କ୍ଷତିପୂରଣ ରାଶି ପ୍ରଦାନ କରାଯାଉଥିବା ବେଳେ ଜିଲ୍ଲାର ମାତ୍ର ୨ ଜଣଙ୍କୁ ଏହା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଇଂ ନିଖିଲ କୁମାର ପଟ୍ଟନାୟକ, ଅତିରିକ୍ତ ପରିବହନ ଅଧିକାରୀ ଅକ୍ଷୟ କୁମାର ମହାପାତ୍ର, ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଅବସରପ୍ରାପ୍ତ ପରିବହନ ବିଭାଗର ଅତିରିକ୍ତ ସଚିବ ଦିଲ୍ଲିପ ରାୟ, କନିଷ୍ଠ ଏମଭିଆଇ ପଦ୍ମଜା ମହାନ୍ତି, ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ନାୟକ, ନିର୍ମଳ କୁମାର ଦାସ, କମଳ ଲୋଚନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ