ଷଷ୍ଠ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ତୁଷାରଶ୍ରୀ-୨୦୨୦’ ଉଦ୍‌ଯାପିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଭୁବନେଶ୍ୱର ୟୁନିଟ୍‌-୪ସ୍ଥିତ ମଧୁସୂଦନ ପାର୍କରେ ଷଷ୍ଠ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ତୁଷାରଶ୍ରୀ-୨୦୨୦’ ତୁଷାର ଚାରିଟେବୁଲ ଟ୍ରଷ୍ଟ, ମଧୁସୂଦନ ପାଠାଗାର ଏବଂ ଭୁବନେଶ୍ୱର ବଡ଼ିବିଲ୍‌ଡ଼ିଙ୍ଗ ଆସୋସିଏସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ବିଭିନ୍ନ ବ୍ୟାୟାମଶାଳା ଏବଂ ବ୍ଲକରୁ ପ୍ରାୟ ୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ବଡ଼ିବିଲ୍‌ଡ଼ିଙ୍ଗ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ସଭାପତି ଶ୍ରମତୀ ସୁମିତ୍ରା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତାଟି ଆକର୍ଷଣୀୟ ହୋଇପାରିଥିଲା ।  ପାଞ୍ଚଗୋଟି ଓଜନ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ନ୍ୟୁକ୍ଲିୟର ଫିଟ୍‌ନେସ୍ ଜିମ୍‌ର ସୌମ୍ୟ ରଞ୍ଜନ ସେଠୀ ଶ୍ରେଷ୍ଠ ବିବେଚିତ ହୋଇ ‘ତୁଷାରଶ୍ରୀ-୨୦୨୦’ ଆଖ୍ୟା ଅର୍ଜନ କରିଥିଲେ । ଏହାସହିତ ୬୦ କେଜି ଓଜନବର୍ଗରେ ସୋନୁ ଶ୍ରେଷ୍ଠ ତୁଷାର ଜିମ୍‌, ୬୫କେଜି ଓଜନ ବର୍ଗରେ ବିଚିତ୍ର ନାୟକ ଅଲ୍ଟିମେଟ୍ ଜମି, ୭୦ କେଜି ଓଜନ ବର୍ଗରେ ଜଗନ୍ନାଥ ଖୁଣ୍ଟିଆ ବି.ଏମ୍‌.ଜି ଜିମ୍ ବଉଳଗଡ, ୭୫ କେଜି ଓଜନବର୍ଗରେ ଓମ୍‌କାର ଦାସମହାପାତ୍ର, ଫିଟ୍‌ଫାଇଟ୍‌ର ଏବଂ ୭୫ କେଜି ଉର୍ଦ୍ଧ୍ୱ ଓଜନ ବର୍ଗରେ ସୌମ୍ୟ ରଞ୍ଜନ ସେଠୀ ନିଜ ନିଜ ଓଜନ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ବିଶେଷକରି ଏହି କାର୍ଯ୍ୟକ୍ରମରେ ପଠନ୍ ଆଣ୍ଡ ଫିଟ୍‌ନେସ କ୍ଲବକୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ବିରଞ୍ôଚ ନାରାୟଣ ମହାସୂପକାର, ସନ୍ତୋଷ କୁମାର ଯେନା, ସଂଗ୍ରାମ କେଶରୀ ପାଇକରାୟ, ନବ କିଶୋର ବେହେରା, ବିକାଶ ପଟ୍ଟନାୟକ, ଶଶୀ କୁମାର ସାହୁ, ବିଜୟ କୁମାର ରଥ, ପ୍ରସନ୍ନ ନନ୍ଦ, ବଦ୍ରିନାରାୟଣ ମିଶ୍ର, ଅର୍ଜୁନ ବେହେରା, ମିଲନ ପାଇକରାୟ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗିମାନଙ୍କୁ ମାନପତ୍ର, ଅର୍ଥରାଶି ଏବଂ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ବିଶେଷକରି ତୁଷାର ଚାରିଟେବୁଲ ଟ୍ରଷ୍ଟର ସଭାପତି ଜିତେନ୍ଦ୍ର କୁମାର ଯେନା, ସମ୍ପାଦକ ବିବେକାନନ୍ଦ ବାରିକ, ଓଡ଼ିଶା ବଡ଼ିବିଲ୍‌ଡ଼ିଙ୍ଗ ଆସୋସିଏସନର ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ବିନୋଦ ମହାରଣା ଏବଂ ରାଜଧାନୀ ପାଠାଗାରର ସଭ୍ୟମାନଙ୍କ ସହଯୋଗ ପ୍ରତିଯୋଗିତାଟିକୁ ସୁପରିଚାଳନାରେ ସହାୟକ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ