କେନ୍ଦ୍ରାପଡାର ନୂତନ ଏସପିଙ୍କୁ ସ୍ୱାଗତ, ପୁରାତନ ଏସପି ଓ ଅତିରିକ୍ତ ଏସପିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ ): କେନ୍ଦ୍ରାପଡାର ନୂତନ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଦକରଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯିବା ସହିତ ଏଠାରୁ ବଦଳି ହୋଇ ଯାଇଥିବା ଏସପି ନୀତି ଶେଖର ଓ ଅବସର ଗ୍ରହଣ କରିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମିତା ପଟ୍ଟନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂତନ ଏସପି ଶ୍ରୀ ମଦକର,ପୁରାତନ ଏସପି ଶ୍ରୀ ଶେଖର,ଏଏସପି ଶ୍ରୀମତୀ ପଟ୍ଟନାୟକଙ୍କ ସମେତ ଡିଏସପି କାର୍ତ୍ତିକ ମଲ୍ଲିକ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଏସଡିପିଓ ଶିତିକଣ୍ଠ କାନୁନଗୋ, ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ