୨୪ଘଂଟା ମଧ୍ୟରେ ଦୁଇ ସମାଜସେବୀଙ୍କ ପରଲୋକ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ ): ଗତ ୨୪ଘଂଟା ମଧ୍ୟରେ କେନ୍ଦ୍ରାପଡା ସହରରେ ୨ସମାଜସେବୀଙ୍କ ପରଲୋକ ହୋଇଯାଇଛି । ଗତ ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ରସୁଲାବାଦର ସେକ ଜାତୋବର ହୁସେନଙ୍କର ୮୦ବର୍ଷ ବୟସରେ ହୃତଘାତରେ ପରଲୋକ ହୋଇଯାଇଥିବା ବେଳେ ଗତ ଗୁରୁବାର ୯ଟା ରେ ରଣପଡାର ସେକ ଅଜିମୁଦ୍ଦିନଙ୍କର ୬୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ଉଭୟଙ୍କୁ ଜନାଜା ପାଠ କରାଯାଇ କବର ଦିଆଯାଇଥିବା ଜଣାପଡିଛି । ଉଭୟ ବ୍ୟକ୍ତି ସମାଜସେବୀ, ପରୋପକାରୀ ଓ ମେଳାପି ଭାବେ ସ୍ଥାନୀୟ ଅଚଂଳରେ ପରିଚିତ ଥିଲେ ।


