କେନ୍ଦ୍ରାପଡାର ବିନ୍ଧଣୀ ଭାଗବତ ମହାନ୍ତି ଙ୍କ ପାଇଁ ଶୋକ ସଭା

କେନ୍ଦ୍ରାପଡା – ପୂର୍ବତନ ମନ୍ତ୍ରୀ ଭାଗବତବାବୁଙ୍କ ବିୟୋଗରେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ସହରର ଗଣାମାହାଲସ୍ଥିତ ଭାଗବତବାବୁଙ୍କ ବାସଭବନରେ ଏକ ଶୋକ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାମାନେ ସ୍ୱର୍ଗତ ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ପ୍ରଥମେ ସ୍ୱର୍ଗତ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଗାନ୍ଧିଜୀଙ୍କ ଭଜନ ଗାନ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ସଂଗ୍ରାମୀ ବିମ୍ବାଧର ମୁଦୁଲି, କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଗବେଷକ ଡଃ. ବାସୁଦେବ ଦାସ, ସମାଜ ସେବୀ ଗୋପାଳ ଚନ୍ଦ୍ର ମାହାଲିକ, ଦାୟାଦ ସଂଘର କୂଳମଣୀ ରାଉତ, ସମ୍ପାଦକ ଗୋପାଳ କୃଷ୍ଣ ଜେନା, ପଦ୍ମନାଭ ଦାସ, ରମେଶ ଚନ୍ଦ୍ର ପ୍ରଧାନ, ବିଚିତ୍ରା ନନ୍ଦ ନାୟକ, ରମାକାନ୍ତ ନାୟକ ପ୍ରମୁଖ ସୂର୍ଗତ ମହାନ୍ତିଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ