କେନ୍ଦ୍ରାପଡା କଲେଜ ଥିଲା ଓଡିଶା ରାଜନୀତିର ପ୍ରୟୋଗଶାଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଓ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ପ୍ରାକ୍ତନ ଯାଜପୁର ସାଂସଦ ସ୍ୱର୍ଗତଃ ମୋହନ ଚରଣ ଜେନା ଓ ସମାଜସେବୀ ସେକ ୟୁସୁଫ(ମାସୁକ୍‌)ଙ୍କ ଅକାଳ ବିୟୋଗରେ ଏକ ମିଳିତ ଶୋକସଭା ସଭାପତି ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ଶୋକସଭାର ପ୍ରାରମ୍ଭରେ ଦୁଇ ଅମର ଆତ୍ମାର ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବାଲିଯାତ୍ରା ମହୋତ୍ସବ କମିଟି ସମ୍ପାଦକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଯୋଗଦେଇ କହିଲେ ଯେ କେନ୍ଦ୍ରାପଡା କଲେଜ ଥିଲା ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପ୍ରୟୋଗଶାଳା । ଆଜି ଓଡିଶାର ପ୍ରତିଷ୍ଠିତ ରାଜନେତା କେନ୍ଦ୍ରାପଡା କଲେଜର ଛାତ୍ର ଜୀବନରୁ ତାଙ୍କର ରାଜନୀତି ଜୀବନ ଆରମ୍ଭ କରିଥିଲେ । ସେହିପରି ପ୍ରାକ୍ତନ ଯାଜପୁର ସାଂସଦ ସ୍ୱର୍ଗତ ମୋହନ ଚରଣ ଜେନା ତାଙ୍କର ରାଜନୀତି କେନ୍ଦ୍ରାପଡାରୁ ଆରମ୍ଭ କରିଥିଲେ । ଏଥିସହ ସେକ ୟୁସୁଫ (ମାସୁକ) ଥିଲେ ଜଣେ ସର୍ବହରା ସମାଜସେବୀ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଭାପତି କରୁଣାକର ଦାସ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଉପସଭାପତି ରାମକୃଷ୍ଣ ଦାଶ ଓ ସଂପାଦକ ଶୁଭାଂଶୁ କୁମାର ଦାସ, ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସ, ବାଲିଯାତ୍ରା ମହୋତ୍ସବ କମିଟି ଉପସଭାପତି ଧିରେନ୍ଦ୍ର କୁମାର ଦାସ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା,ସୁବାଷ ରାଉତ, ରମାକାନ୍ତ ସ୍ୱାଇଁ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, ରମଣୀ ରଞ୍ଜନ ରାଉତରାୟ, ନିରଞ୍ଜନ ବଳ, ଗବେଷକ ନିରଞ୍ଜନ ମେକାପ, ଆମ ଗାଁ ସାହିତ୍ୟ ପରିଷଦ ସଂପାଦକ ସ୍ୱପ୍ନାଂଶୁ କୁମାର ଦାସ,୧୩ ନଂ ୱାର୍ଡର କାଉନସିଳର ସେକ ଅସଲାମ, ବସନ୍ତ ସେଠୀ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରୀପାଠୀ , ରେଣୁବାଳା ସାମଲ, ବସନ୍ତ କୁମାର ପରିଡା, ଅନନ୍ତ କୁମାର ପ୍ରାତ୍ର, ସୁବାଷ ସାହୁ, ଅଞ୍ଜନା ମହାନ୍ତି, ରଞ୍ଜନ କୁମାର ପଣ୍ଡା, ଦୀପକ କୁମାର ସାହୁ, କଣ୍ଠ ଶିଳ୍ପୀ ଗୋଲକ ସେଠୀ, ସେକ ସୈାକତ ଖାଁ, ଜିଲ୍ଲା ସଂଖ୍ୟା ଲଘୁ ସେଲ ସଭାପତି ସେକ ଚନ୍ଦନ ପ୍ରମୁଖ ଯୋଗଦେଇ ଦୁଇ ମହାନ ବ୍ୟକ୍ତିଙ୍କ ଜୀବନ ସଂଗ୍ରାମ ସଂପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ