କେନ୍ଦ୍ରାପଡା ଜିଲ୍ଲାରେ ଗଡିଲା ମଲଟିପୁଲ ଟାୱାର କାରହରିଦାସପୁର – ପାରାଦୀପ ରେଳପଥ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ଜିଲ୍ଲାକୁ ବହୁ ପ୍ରତିକ୍ଷିତ ରେଳ ପଥ ସଂଯୋଗର ଫଳ ସୂରୂପ ମଲଟିପୁଲ ଟାୱାର କାର (ରେଲ ଇଞ୍ଜିନ) ଶନିବାର ପୂର୍ବାହ୍ନରେ ପହଁଚି ନିର୍ମାଣାଧିନ ହରିଦାସପୁର – ପାରାଦୀପ ବ୍ରଡହଜ ରେଳ ପଥକୁ ପରୀକ୍ଷା ନୀରିକ୍ଷା କରିଥିବା ଦେଖାଯାଇଛି । ହରିଦାସପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ୮୨ କିଲୋମିଟର ଲମ୍ବର ବ୍ରଡଗଜ ରେଳପଥ ମଧ୍ୟରୁ ସମ୍ପୂର୍ଣ୍ଣ ହୋଇଥିବା ୪୩.୮ କିଲୋମିଟର ରେଳପଥ କେନ୍ଦ୍ରାପଡାର ଗୋପ ପର୍ଯ୍ୟନ୍ତ ରେଳପଥକୁ ପରୀକ୍ଷା କରିବା ନିମନ୍ତେ ଆଜି ହରିଦାସପୁରରୁ ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ବାହାରି କେନ୍ଦ୍ରାପଡାର ଗୋପ ପର୍ଯ୍ୟନ୍ତ ଆସିଥିଲା । ପରୀକ୍ଷା ମୂଳକ ଭାବେ ବାହାରିଥିବା ଏହି ରେଳ ଇଞ୍ଜିନ ସହିତ ଆର. ଭି. ଏନ. ଏଲର ଜେ. ଜି. ଏମ. ଏସ. କେ. ନାୟକ, ଡିଜିଏମ ରାଜୀବ ରଞ୍ଜନ ପଣ୍ଡା, ମ୍ୟାନେଜର(ଇଲେକ୍ଟ୍ରିକାଲ) ଏସ. କେ. ଘୋଷ, ଏଜିଏମ(ଇଲେକ୍ଟ୍ରିକାଲ)ଶିବରାମ ବେହେରା, ପ୍ରୋଜେକ୍ଟ ଇଞ୍ଜିନିଅର(ଇଲେକ୍ଟ୍ରିକାଲ) ରବିରଞ୍ଜନ ଝା, ଟି. ଟି. ଆଇ. ପି. ଏଲ. ର ପି. ଏମ. ରମେଶ ଝାଲା,ଏ. ଆର. ଏସ. ଏସ. ର ପି. ଏମ. ଶୁଭେନ୍ଦ୍ର ଦଣ୍ଡପାଟ ପ୍ରମୁଖ ଆସିଥିଲେ । ବିଭାଗୀୟ ଅଧିକାରୀମାନଙ୍କ କହିବା କଥା ହେଲା ଏହି ରେଳପଥରେ ରେଳ ଚାଲିବା ପୂର୍ବରୁ ଟ୍ରାକ ଠିକ ଅଛିକି ନାହିଁ ତାହା ପରୀକ୍ଷା କରିବା ନିମନ୍ତେ ସେମାନେ ମଲଟିପୁଲ ଟାୱାର କାର (ରେଲ ଇଞ୍ଜିନ) ଯୋଗେଏଠାକୁ ଆସି ପରୀକ୍ଷା ନିରୀକ୍ଷା କରିଥିଲେ । ଏହି ରେଳପଥଟି ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ ଏହି ପଥଦେଇ ରେଳ ଚାଲିପାରିବ ବୋଲି ସେମାନେ କହିଥିଲେ । ଏହି ରେଳପଥଟିରେ ରେଳ ଚାଲିବା ପରେ କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ଆଶା ପୁରଣ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ