କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ

କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମ ଅନୁପାଳନ ପୂର୍ବକ ପୁରୁଣା ସିଭିଲ କୋର୍ଟ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳ ଗୈାରବ ମଧୁସୁଦନ ଦାସ ଓ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମହାମନିଷିମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଜିଲ୍ଲା ଓକିଲ ସଙ୍ଘର ସଭାପତି ଆଶୁତୋଷ ମହାନ୍ତି, ଉପସଭାପତି ଜୀତେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଦିନ, ସହ ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ଯୁଗ୍ମସମ୍ପାଦକ ତଥା ଲାଇବ୍ରେରୀଆନ ସୁଧାଂଶୁ ଶେଖର ମହାପାତ୍ର, କାର୍ଯ୍ୟକାରୀ ସମିତି ସଭ୍ୟା ସୈାଦାମିନି ଜେନା ଓ ସୁବାଷ ଚନ୍ଦ୍ର ରାଉତ, ପୂର୍ବତନ ସଭାପତି ସରୋଜରାଜ ସିଂ, ପୂର୍ବତନ ସମ୍ପାଦକ ଗଗନବିହାରୀଜେନା, ଦେବଦାସ ମହାନ୍ତି, ପ୍ରଦୀପ୍ତ ଦାସ, ନିହାର ରଞ୍ଜନ ମହାପାତ୍ର, ରାଖେଲ ଶେଖର ଦାସ, ରମଣୀରଞ୍ଜନ ରାଉତରାୟ, ମିର ଅଫସର ଅଲ୍ଲୀ ବକ୍ସ, ସୁରେଶ ଚନ୍ଦ୍ର ନାୟକଙ୍କ ସମେତ ବହୁ ଆଇନଜୀବି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେହି ମହାମନିଷିମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ