କେନ୍ଦ୍ରାପଡା ଜିଲ୍ଲା ଘରୋଇ ବସମାଲିକ ସଂଘର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର ଏକ ବୈଠକ ସ୍ଥାନୀୟ ଗୈାରୀଶଙ୍କର ହୋଟେଲ ପରିସରରେ ସାମାଜିକ ଦ୍ୱରତା ରକ୍ଷା କରାଯାଇ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ବିବେକାନନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନା ମହାମାରୀ ଜନିତ ଲକଡାଉନ ସମୟରେ ଦୀର୍ଘ ୨ମାସରୁ ଉର୍ଦ୍ଧ୍ୱ ହେବ ବସ ଚଳାଚଳ ବନ୍ଦ ରହିବା, ଡିଜେଲ ଦର ବୃଦ୍ଧି ପାଇବା, ସରକାରଙ୍କ ସର୍ତ୍ତ ଅନୁଯାଇ ବସ ଚଳାଇବାରେ ବସମାଲିକମାନେ କ୍ଷତି ସହିବା, ବସ ଚାଲିବା ପରେ ଆବଶ୍ୟକତା ଅନୁଯାଇ ଯାତ୍ରୀ ନହେବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ବସ ଗୁଡିକର ବୀମା ଓ କିସ୍ତି ଅର୍ଥକୁ ବର୍ତ୍ତମାନ ପାଇଁ ଛାଡ କରାଯିବାକୁ ସରକାରଙ୍କୁ ନିବେଦନ କରାଯାଇଥିଲା । ଏହି ବୈଠକରେ ସଙ୍ଘର ଉପସଭାପତି ଦେବାଶିଷ ପଣ୍ଡା, ସମ୍ପାଦକ ସୁଜିତ କୁମାର ବଳ, ସହସମ୍ପାଦକ ମହେନ୍ଦ୍ର କୁମାର ମିଶ୍ର, କୋଷାଧ୍ୟକ୍ଷ ଦିଲ୍ଲିପ କୁମାର ମହାନ୍ତି, ସଭ୍ୟ ବୁଲବୁଲ ରାୟ, ଶରତ କୁମାର ମହାନ୍ତି, ଅସିତ କୁମାର ଦାସ, ନୃସିଂହ ଚରଣ ପଣ୍ଡା, ନିୟାମତ ଖାନ, ମୀନକେତନ ରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ