କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିଲା କୋଭିଡ ଟୀକା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ରାଜ୍ୟର ଭୂବନେଶ୍ୱରରୁ କଡା ସୁରକ୍ଷା ବଳୟ ମଧ୍ୟରେ କେନ୍ଦ୍ରାପଡାରେ ଆଜି ଆସି ପହଁଚିଛି କୋବିସିଡ ବା କୋଭିଡ ଟୀକା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ଭ୍ୟାକସିନ ଷ୍ଟୋରରେ ଭୂବନେଶ୍ୱରରୁ କେନ୍ଦ୍ରାପଡା ଜିଲ୍ଲା ପାଇଁ ଆସିଥିବା ୫ହଜାର ୫ଶହ କୋବସିଡ ଟୀକାକୁ ଗଛିତ ରଖାଯାଇଛି । ଏହି ଟୀକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ ଯୋଦ୍ଧାଙ୍କ ସମେତ ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ପାଟକୁରା ଓ ଡେରାବିଶି ସ୍ୱାସ୍ଥ୍ୟକେନ୍ଦ୍ରର କୋଭିଡ ଯୋଦ୍ଧାଙ୍କ ନିମନ୍ତେ ଆସନ୍ତାକାଲି ପୋଲିସ ସୁରକ୍ଷା ବଳୟ ମଧ୍ୟରେ ପଠାଯିବ । ଆସନ୍ତା ୧୬ତାରିଖରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ଓଡିଶାରେ ମୁଖ୍ୟମନ୍ତ୍ରୀ ଏହି ଟୀକାଦାନ କାର୍ଯ୍ୟକ୍ରମର ଉଦଘାଟନ କରିବା ପରେ ସେହିଦିନ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଉପରୋକ୍ତ ୬ଟି ସ୍ଥାନରେ କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କୁ କୋବିସିଡ ଟୀକା ଦିଆଯିବ ବୋଲି ଦାୟୀତ୍ୱରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭାରପ୍ରାପ୍ତ କୋଭିଡ ଅଧିକାରୀ ଡା. ନୃପେନ ଶତପଥୀ ସୂଚନା ଦେଇଛନ୍ତି । କୋଭିଡ ଟୀକା ଏଠାରେ ପହଁଚିବା ପରେ ଜିଲ୍ଲାପାଳ ଅମ୍ରୁତ ଋତୁିରାଜ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କ ସହ ଜିଲ୍ଲା ଭ୍ୟାକସିନ ଷ୍ଟୋରରେ ପହଁଚି ଟୀକାର ରକ୍ଷଣାବେକ୍ଷଣା ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡିଛି ।