ଭାରାତ ଜ୍ଞାନ ବିଜ୍ଞାନ ସମିତି ତରଫରୁ ଭଞ୍ଜନଗର ସ୍ଥିତ ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ର ପରିସରରେ ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭାରତ ଜ୍ଞାନ ବିଜ୍ଞାନ ସମିତି ର ରାଜ୍ୟ ସମ୍ପାଦକ ବ୍ଲୋରିନ ମହାନ୍ତି ଙ୍କ ପରାମର୍ଶ କ୍ରମେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅନିଲ କୁମାର ବେହେରା, ରାଜ୍ୟ କର୍ମକର୍ତା ଶ୍ରୀଯୁକ୍ତ ସୁଲପାଣି ଶତପଥୀ, ସମାଜ ସେବି ଶ୍ରୀଯୁକ୍ତ ପଞ୍ଚାନନ ପାଳ ଓ ବ୍ଲକ ସଂଯୋଜକ କୁମାରୀ ଟିକିନା ଜେନା ଙ୍କ ଉପସ୍ଥିରେ ଅନ୍ତେବାସୀ ଙ୍କୁ ପ୍ରଥମେ ସାନିଟାଇଜ କରିବା ସହିତ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ମାସ୍କ ପିନ୍ଧିବା ପାଇଁ ଅତିଥି ମାନେ ବକ୍ତବ୍ୟ ରେ ଆଲୋକପାତ କରିଥିଲେ l ପରିଶେଷରେ ଅତିଥି ଓ ଭାରତ ଜ୍ଞାନ ବିଜ୍ଞାନ ସମିତି ର ସ୍ବେଛାସେବୀ ମାନେ ଅନ୍ତେବାସୀ ଙ୍କୁ ସାବୁନ, ବିସକେଟ ଓ ମାସ୍କ ବଣ୍ଟନ କଲେ l ଆଗାମୀ ଦିନରେ ଭଞ୍ଜନଗର ଅଂଚଳ ର ଆହୁରି କିଛି ବ୍ୟକ୍ତି ବିଶେଷ ଙ୍କୁ ସଚେତନତା ସହିତ B. G. V. S ସହଯୋଗ ରେ ସାବୁନ ବଣ୍ଟନ କରାଯିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ