ରଙ୍କନିଧି ଦୃଷ୍ଟିହୀନ ମୂକ ବଧିର ବିଦ୍ୟାଳୟରେ ରକ୍ତଦାନ ଶିବିର: ୩୭ ୟୁନିଟ୍ ରକ୍ତ ସଂଗ୍ରହ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗୋପାଳପୁରସ୍ଥିତ ରଙ୍କନିଧି ଦୃଷ୍ଟିହୀନ ମୂକ ବଧିର ବିଦ୍ୟାଳୟରେ ଭଦ୍ରକ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୩୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାଯାଇଛି । ରୋଟାରୀ କ୍ଲବ ସଭାପତି ଇନ୍ଦ୍ରଜିତ୍ ସାହୁ, ଆର୍.ଟି.ଏମ୍ ସନ୍ତୋଷ ନାୟକ, ବିଦ୍ୟାଳୟର ପ୍ରତିଷ୍ଠାତା ଅନାଦି ଚରଣ ଦାସ, ସଭାପତି କୈଳାସ ଚନ୍ଦ୍ର ରାଉତ, ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ବିଶ୍ୱାଳ, ତିଳୋତ୍ତମା ମହାନ୍ତି, ରଶ୍ମିତା ବେହେରା, ପ୍ରଦୀପ ରାଉତ, ବାଇଧର ଦାସ, ସତ୍ୟାନନ୍ଦ ସାମଲ, ଅମିୟ ନାୟକ, ଜଳଧର ଜେନା, ସତ୍ୟ ପ୍ରକାଶ ରାଉତ, ପଙ୍କଜିନୀ ଦାସ, ନିରାକର ବେହେରା, ଶୁଭସ୍ମିତା ରାଉତ, ସ୍ୱାଗତିକା ପଢିଆରୀ, କୋଷାଧ୍ୟକ୍ଷ ମାୟାଧର ପଢିଆରୀ, ଧନେଶ୍ୱର ପଢିଆରୀ, ଗୌରାଙ୍ଗ ଦାସ, ଗଜେନ୍ଦ୍ର ପଢିଆରୀ, ପ୍ରଦୀପ କୁମାର ମାଝୀ ଉପସ୍ଥିତ ଥିଲେ । ରକ୍ତ ସଂଗ୍ରହରେ ଭଦ୍ରକ ରେଡକ୍ରସ୍ ବିଭାଗର ଡାକ୍ତର ସରୋଜ କୁମାର ଆଚାର୍ଯ୍ୟ, ଲାବ ଟେକନିଆନ ମଧୁସୂଦନ ବେହେରା, ଶାରଳା ମଲ୍ଲିକ, ପରାମର୍ଶଦାତା ରତିକାନ୍ତ ବଳ, ସହଯୋଗୀ ପ୍ରକାଶ ବେହେରା, ପ୍ରକାଶ ରାଉତ ଦାୟୀତ୍ୱ ତୁଲାଇଥିଲେ ।


