କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଅଙ୍ଗିକାର କାର୍ଯ୍ୟକ୍ରମ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):ପୈାର ଟାଉନହଲ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଙ୍ଗିକାର କାର୍ଯ୍ୟକ୍ରମରେ ଜିଲ୍ଲା ସହରାଚଂଳ ଉନ୍ନୟନ ସଂସ୍ଥା ନିର୍ଦେଶକ ଦିଲ୍ଲିପ କୁମାର ପରିଡା ଯୋଗଦେଇ କହିଥିଲେ ଯେ ଅଙ୍ଗିକାର ହେଉଛି ପ୍ରତିବଦ୍ଧତା । ସହରବାସୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ଏହାର ଲକ୍ଷ୍ୟ । ଅଙ୍ଗିକାର ମଧ୍ୟରେ ରହିଛି ଜଳଶକ୍ତି ସଂରକ୍ଷଣ,ଆବର୍ଜନା ପରିଚାଳନା,ସୁସ୍ଥ ଓ ସ୍ୱଛତା,ବୃକ୍ଷରୋପଣ ଓ ପରିବେସ ସୁରକ୍ଷାର ସର୍ବଶେଷ୍ଠ ପ୍ରଣାଳି ସମ୍ପର୍କରେ ସହରବାସୀଙ୍କୁ ସଚେତନ କରାଇବା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ସେବା ପ୍ରଦାନ ଜରିଆରେ ଏକ ସଂପୂର୍ଣ୍ଣ ସୁସ୍ଥ ବାତାବରଣ ସୃଷ୍ଟି କରିବା ଏହାର ଲକ୍ଷ୍ୟ । ସମାଜର ସମସ୍ତ ସମୁଦାୟଙ୍କୁ ଉତ୍ସର୍ଗିକୃତ ଭାବେ ନିୟୋଜିତ କରି ସମସ୍ତଙ୍କୁ ଖୁସି ଓ ସୁସ୍ଥ ଜୀବନ ଯାପନ କରାଇବା ଏହାର ଉଦେଶ୍ୟ ଓ ସମାଜରେ ବ୍ୟବହାରିକ ପରିବର୍ତ୍ତନ ପାଇଁ ସମାଜରେ ରହୁଥିବା ସାମଞ୍ଜସ୍ୟତାକୁ ଗୁରୁତ୍ୱ ଦେଇ ପରିବର୍ତ୍ତନକୁ ଗ୍ରହଣ କରି ପରିବାର ଓ ଗୋଷ୍ଠିକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପି.ଏମ.ଏ.ୱାଇେଓଯାଜନାରେ ଗୃହ ପାଇବା ନିମନ୍ତେ ସର୍ଭେ କରିଥିବା ଓ ହିତାଧିକାରୀମାନଙ୍କୁ ସଚେତନ କରାଇଥିବାଯୋଗୁଁ ୱାର୍ଡ ନମ୍ବର ୮,୯,୧୨,୧୩ ନିମନ୍ତେ ସେକ ରିଜୁୱାନ,ୱାର୍ଡ ନମ୍ବର ୧୧,୧୪,୧୫ ନିମନ୍ତେ କରିସ୍ମା ଖାତୁନ,ୱାର୍ଡ ନମ୍ବର ୧୭,୧୮,୧୯,୨୦,୨୧ ନିମନ୍ତେ ସକୁନ୍ତଳା ବେହେରା ଓ ୱାର୍ଡ ନମ୍ବର ୧୦,୧୧,୧,୨,୩,୪,୫ ନିମନ୍ତେ ତୁଳସୀ ସ୍ୱାଇଁଙ୍କୁ ପୁଷ୍ପଗୁଛ ଓ ଉତରିୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସକାଳେ କାକଟ ଲକ ନିକଟରୁ ସାନ୍ତସାହି ପର୍ଯ୍ୟନ୍ତ ସଫେଇ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା । ପୈାର କର୍ମଚାରୀ ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ଦାସ ସଂକ୍ଷୀପ୍ତ ସୂଚନା ପ୍ରଦାନ କରିଥିବା ବେଳେ ଗଣେଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ