କେନ୍ଦ୍ରାପଡା ପୋଲିସ ଦ୍ୱାରା ବିଭିନ୍ନ ମଦ ଦୋକାନ ଉପରେ ଚଢାଉ ଓ ସଟଡାଉନ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): କୋଭିଡ ପ୍ରୋଟକଲକୁ ଅନୁସରଣ ନକରି ସାମାଜିକ ଦ୍ୱରତା ରକ୍ଷା ନକରିବା ମହଙ୍ଗା ପଡିଛି ମଦ ଦୋକାନୀମାନଙ୍କୁ । ତିନିମୁହାଣି ଛକରେ ଥିବା ୨ଟି ମଦବାର ଏବଂ କାଉଁଟର ସମେତ ନୂଆ ବସଷ୍ଟାଣ୍ଡରେ ଥିବା ସ୍ୱାଦବାର ଉପରେ କେନ୍ଦ୍ରାପଡା ପୋଲିସ ପକ୍ଷରୁ ଚଢାଉ କରାଯାଇ ସଂପୃକ୍ତ ଦୋକାନ ଓ ବାର ଗୁଡିକୁ ସଟଡାଉନ କରିଦିଆଯାଇଛି । ଏଥିସହିତ ଥାନା କେଶ ନମ୍ବର ୧୨୧/୨୦୨୦ ଏକ ମାମଲା ରୁଜୁ କରାଯାଇ ଗୋପବନ୍ଧୁ ନାୟକଙ୍କୁ ଗିରଫ କରାଯାଇଥିବା ସହ କେଶନମ୍ବର ୧୨୨/୨୦୨୦ ରେ ବଙ୍ଗାଳି ସେଠୀ, ନୃସିଂହ ସେଠୀ, ଦେବେନ୍ଦ୍ର ଦାସ, ସରୋଜ କାନ୍ତ ରାଉତ ଓ ହିମାଂଶୁ ସିଂଙ୍କୁ ଗିରଫ କରାଯାଇଥିବା ବେଳେ ଓ କେଶ ନମ୍ବର ୧୨୩/୨୦୨୦ରେ ସୁନିଲ କୁମାର ବେହେରାଙ୍କୁ ଗିରଫ କରାଯାଇଛି । ଏହି ମାମଲା ଗୁଡିକ ଆଇପିସିର ଧାରା ୨୬୯, ୨୭୦ ସମେତ ବିପର୍ଯ୍ୟୟ ପରିଚାଳନା ନିୟମର ୫୧(ଖ) ଓ ୩ ଏପିଡେମିକ ଡିଜିଜ ଧାରାରେ ମାମଲା ରୁଜୁ କରାଯାଇଥିବା ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ