କେନ୍ଦ୍ରାପଡା ବିଜେଡିର ବ୍ଲକ ଓ ନଗର ନିର୍ବାଚନ ଅଧିକାରୀଙ୍କ କର୍ମଶାଳା

କେନ୍ଦ୍ରାପଡା – ବିଜୁ ଜନତା ଦଳ ପକ୍ଷରୁ ବୁଧବାର କେନ୍ଦ୍ରାପଡା ଜିଲ୍ଲାର ନଅଗୋଟି ବ୍ଲକ ଓ ଦୁଇଗୋଟି ପୈାରାଚଂଳ ନିମନ୍ତେ ଦଳୀୟ ନିର୍ବାଚନ ଅଧିକାରୀମାନଙ୍କ ଏକ ସାଙ୍ଗଠନିକ ନିର୍ବାଚନ ସମ୍ବଦ୍ଧୀୟ କର୍ମଶାଳା ହଜାରୀବଗିଚାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଜୁ ଜନତା ଦଳର ଜିଲ୍ଲା ନିର୍ବାଚନ ଅଧିକାରୀ ଧିରେନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୈାରାଚଂଳ ପାଇଁ ସାଂଗଠନିକ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡା ବ୍ଲକ ନିମନ୍ତେ ଜିତେନ୍ଦ୍ର କୁମାର ମହାନ୍ତି, କେନ୍ଦ୍ରାପଡା ପୈାରାଚଂଳ ପାଇଁ ରଞ୍ଜିତ କୁମାର ସାହୁ, ଡେରାବିଶ ବ୍ଲକ ପାଇଁ ଶ୍ରୀମନ୍ତ କୁମାର ରାଉତରାୟ, ଗରଦପୁର ବ୍ଲକ ପାଇଁ ଦୀପକ କୁମାର ରାଉତ, ରାଜନଗର ବ୍ଲକ ପାଇଁ ବିଜ୍ଞାନରଞ୍ଜନ ଜେନା, ପଟ୍ଟାମୁଣ୍ଡାଇ ବ୍ଲକ ପାଇଁ ସ୍ୱପ୍ନରଞ୍ଜନ ବେହେରା, ପଟ୍ଟାମୁଣ୍ଡାଇ ପୈାରାଚଂଳ ପାଇଁ ସୁରେଶ ଚନ୍ଦ୍ର ଗିରି, ରାଜକନିକା ବ୍ଲକ ପାଇଁ ସାରଙ୍ଗଧର ସାହୁ, ଆଳି ବ୍ଲକ ପାଇଁ ଜଗଦାନନ୍ଦ ବଳ, ମାର୍ଶାଘାଇ ବ୍ଲକ ପାଇଁ ଚନ୍ଦ୍ରମଣି ସାହୁ ଓ ମହାକାଳପଡା ବ୍ଲକ ପାଇଁ ଅଶୋକ କୁମାର ମହାପାତ୍ରଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ନିର୍ବାଚନ ସମ୍ବଦ୍ଧୀୟ ସମସ୍ତ ନିୟମ, ଧାରା, କାର୍ଯ୍ୟସୂଚି ଓ ତାରିଖ ସମ୍ପର୍କରେ ଆଲୋଚନା କରାଯାଇ ନିର୍ବାଚନ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରାଯାଇଥିଲା । ଚଳିତ ଡିସେମ୍ବରମାସ ୨୭ତାରିଖରୁ ଜାନୁଆରୀ ୧୩ତାରିଖ ମଧ୍ୟରେ ପ୍ରତ୍ୟେକ ପଂଚାୟତ ଓ ପୈାରାଚଂଳର ୱାର୍ଡ ସ୍ତରିୟ ନିର୍ବାଚନ ଶେଷ ହେବ । ସେହିପରି ଦି୍ୱତୀୟ ପର୍ଯ୍ୟାୟରେ ଜାନୁଆରି ୧୪ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ବ୍ଲକ ଓ ନଗର ସ୍ତରୀୟ ସଭାପତି ଓ କମିଟି ସଦସ୍ୟ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟରେ ଜଉାନୁଆରୀମାସ ୩୦ତାରିଖରୁ ଫେବୃୟାରୀମାସ ୧୫ତାରିଖ ମଧ୍ୟରେ ଜିଲ୍ଲା ସଭାପତି ଓ କମିଟି ସଦସ୍ୟ ନିମନ୍ତେ ନିର୍ବାଚନ ଶେଷ ହେବ ବୋଲି ବିଜେଡି ଜିଲ୍ଲା ନିର୍ବାଚନ ଅଧିକାରୀ ଧିରେନ କୁମାର ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ସୁଚନା ଦେଇଛନ୍ତି । ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକ ଓ ନଗରର ନିର୍ବାଚନ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ