କେନ୍ଦ୍ରାପଡା ସହରରେ ଗୁଳିକାଣ୍ଡକୁ ନେଇ ଉତେଜନା ଓ ରାସ୍ତାରୋକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସହରରେ ଶନିବାର ରାତିରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିବା ଦେଖିବାକୁ ମିଳିଛି । ଧ କରାଯାଇ ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଥିଲା । ଅତିରିକ୍ତ ଏସପି ଅରୁଣ କୁମାର ଜେନା,କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା,ଟାଉନଥାନା ଅଧିକାରୀ ଦେବାଶିଷ ମିଶ୍ରଙ୍କ ସମେତ ବିଭିନ୍ନ ଥାନାର ଇନିସପେକ୍ଟର ଓ ସବଇନିସପେକ୍ଟର ସହରର ବିଭିନ୍ନ ସ୍ଥାନରେ ବୁଲି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଥିବା ଦେଖାଯାଇଛି । ଖବରପାଇ ଅତିରିକ୍ତ ପୋଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା)ସଞ୍ଜୀବ ପଣ୍ଡା ଓ କେନ୍ଦ୍ରାଚଂଳ ଆଇ.ଜି.ସୈାମେନ୍ଦ୍ର ପ୍ରିୟଦର୍ଶୀ କେନ୍ଦ୍ରାପଡାରେ ପହଁଚି ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ନୀତି ଶେଖରଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଥିଲେ । ବାବୁଲି ଉପରକୁ ଗୁଳିଚଳାଇଥିବା ଦୁର୍ବୃତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ପୋଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା) ଶ୍ରୀ ପଣ୍ଡା ଓ କେନ୍ଦ୍ରାଚଂଳ ଆଇ.ଜି. ଶ୍ରୀ ପ୍ରିୟଦର୍ଶୀ ଗଣମାଧ୍ୟମକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ