କେନ୍ଦ୍ରାପଡା ସାମ୍ବାଦିକ ଓ ପୈାରକାଉନସିଲରଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରୀକେଟ ମ୍ୟାଚ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରପାଳିକା ଦ୍ୱାରା ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରୀକେଟ ମ୍ୟାଚ କେନ୍ଦ୍ରାପଡା ସାମ୍ବାଦିକ ଓ ପୈାର କାଉନସିଲରମାନଙ୍କ ମଧ୍ୟରେ ସରକାରୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚକୁ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମେ ଟଚ ଜିତି କେନ୍ଦ୍ରାପଡା ସାମ୍ବାଦିକ ୧୫ଓଭରରେ ୩ ୱିକେଟ ବିନିମୟରେ ୨୪୬ରନ ସଂଗ୍ରହ କରିଥିଲା । କେନ୍ଦ୍ରାପଡା ସାମ୍ବାଦିକ ପକ୍ଷରୁ ସର୍ବାଧିକ ସ୍କୋର ୯୪ କରିଥିଲେ ଖୁର୍ସିଦ୍ଦ ଆଲମ ଖାଁ ଓ ମହେଶ ପାଢୀ ୭୩ରନ କରିଥିଲେ । ପରେ ସେହି ବିଶାଳ ସ୍କୋରକୁ ପିଛା କରି କେନ୍ଦ୍ରାପଡା ପୈାର କାଉନସିଲର ୧୫ ଓଭରରେ ୨୪୭ରନ କରି ମ୍ୟାଚ ଜିତି ଯାଇଥିଲେ । ପୈାର କାଉନସିଲର ପକ୍ଷରୁ ସେକ ଅସଲମ ୪୪ରନ ସଂଗ୍ରହ କରିଥିବା ବେଳେ ପ୍ରଭାଶିଷ ପଣ୍ଡା ୧୩୦ରନ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ । ବେଷ୍ଟ ବୋଲର ଭାବେ ସମ୍ବାଦର ଜିଲ୍ଲା ପ୍ରତିନିଧି ସୁବ୍ରତ ସାମଲ, ମ୍ୟାନ ଅଫ ଦି ମ୍ୟାଚ ପ୍ରଭାଶିଷ ପଣ୍ଡା, ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ଖୁର୍ସିଦ୍ଦ ଆଲମ ଖାଁ, ମହେଶ ପାଢୀ ଓ ସେକ ଅସଲମ ପ୍ରମୁଖଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ