କେନ୍ଦ୍ରାପଡା ସୂଚନା ଓ ଲୋକସମ୍ପର୍କ ଉପନିର୍ଦେଶକଙ୍କ ଯୁଗ୍ମ ନିର୍ଦେଶକ ପଦକୁ ପଦୋନ୍ନତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟୀତ୍ୱ ନିର୍ବାହ କରୁଥିବା ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକଙ୍କୁ ଯୁଗ୍ମ ନିର୍ଦେଶକ ପଦକୁ ପଦୋନ୍ନତି ଦିଆଯାଇ ଭୂବନେଶ୍ୱରସ୍ଥିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦେଶାଳୟକୁ ବଦଳି କରାଯାଇଛି । ଶ୍ରୀ ନାୟକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦେଶାଳୟରେ ଯୁଗ୍ମ ନିର୍ଦେଶକ (ପ୍ରେସ ଓ ମିଡିଆ) ଭାବେ ନୂତନ ନିଯୁକ୍ତି ପାଇଥିବା ସୂଚନା ମିଳିଛି । ଶ୍ରୀ ନାୟକ କେନ୍ଦ୍ରାପଡା ଜିଲ୍ଲାରେ ୫ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରାଜ୍ୟର ଆଠଗଡ, ଭଦ୍ରକ, ଯାଯପୁର, ବାଲେଶ୍ୱର, କଟକ, ବଲାଙ୍ଗିର, ସୁବର୍ଣ୍ଣପୁର, ହିନ୍ଦୋଳ, ନିଳଗିରି ପ୍ରଭୃତି ସ୍ଥାନରେ ସୂଚନା ଅଧିକାରୀ ଭାବରେ କାର୍ଯ୍ୟ କରିଥିବା ସୂଚନା ମିଳିଛି ।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଶ୍ରୀ ନାୟକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରି ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟୀତ୍ୱ ନିର୍ବାହ କରିବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ